୧୭ ଜିଲ୍ଲାରେ ୩୮ଟି ଆହାର କେନ୍ଦ୍ର ଖୋଲିଲା: ସଚିବାଳୟରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

2 1,013

ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୭ଟି ଜିଲ୍ଲାରେ ୩୮ଟି ନୂତନ ଆହାର କେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି। ଆଜି ସଚିବାଳୟରେ ସହରାଞ୍ଚଳରେ ନିର୍ମିତ ହୋଇଥିବା ଆହାର କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏହି ଯୋଜନାରେ ପ୍ରତିଦିନ ୧ ଲକ୍ଷ ଲୋକ ଉପକୃତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପରିଚାଳିତ ୧୫୭ଟି ଆହାର କେନ୍ଦ୍ରରେ ଦୈନିକ ୧ ଲକ୍ଷ ଲୋକଙ୍କୁ ମାତ୍ର ୫ ଟଙ୍କାରେ ଭୋଜନ ଯୋଗାଇ ଦିଆଯାଉଛି। ଆଜିର ଏହି ୩୮ଟି ଆହାର କେନ୍ଦ୍ରର ଲୋକାର୍ପଣ ପରେ ରାଜ୍ୟର ସମସ୍ତ ୩୦ଟି ଜିଳ୍ଲାର ୧୧୪ଟି ସହରାଞ୍ଚଳରେ ଆହାର କେନ୍ଦ୍ର ସ୍ଥାପିତ ହୋଇଛି।

ଲୋକାର୍ପଣ ସମୟରେ ଭିଡିଓ କନ୍‌ଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନୂତନ ଭାବେ ଖୋଲିଥିବା ଆହାର କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ୨୦୧୫ ଏପ୍ରିଲ୍‌ ପହିଲାରେ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

2 Comments
  1. Rajeev says

    Common people are like chicken in the poultry firm and our political leaders are Poultry Owner.

  2. All India News Network says

    A great Welfare Scheme for Farmers and people that has been continuing by Our Honourable Chief Minister Shri.Naveen Patnaik are very appreciative.Rice for One Rupee per kilo,Cooked food for Rupees Five supported by the KALIA welfare scheme are superhit schemes in Odisha.Sambad has to buy the Lands adjacent to every Railway station entry in Odisha for Developing Sambad Packing,Sambad Book Stalls,Sambad Reporters Center for controlling the Land Properties of our State.Because Sambad is another big Employer in Odisha.Honourable Member of Parliament Shri.Soumya Ranjan Patnaik has to take up the initiative for creating Chain of Command with Parking Centers which creates Employment and Management of Lands and Effective News Network.