ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ମୋ ଜୀବନ’ କାର୍ଯ୍ୟକ୍ରମ: କରୋନା ଭାଇରସକୁ ଘରେ ପୂରାଇ ନ ଦେବାକୁ ସମସ୍ତଙ୍କୁ ଶପଥ ନେବାକୁ ଆହ୍ବାନ କଲେ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କରୋନା ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ସେ ପରିବାରର ସୁରକ୍ଷା ଲାଗି ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଏହାକୁ ଆଧାର କରି ସେ ଏକ ନୂଆ କାର୍ଯ୍ୟକ୍ରମ- ମୋ ଜୀବନ’ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅନୁସାରେ ପ୍ରତି ଓଡ଼ିଶାବାସୀ ଘରୁ ନ ବାହାରିବାକୁ ବ୍ୟକ୍ତିଗତ ସ୍ତରରେ ପ୍ରତିଦିନ ଶପଥ ଗ୍ରହଣ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି କି ଗତ ୨୦ ବର୍ଷର ସେବା ଭିତରେ ମୁଁ ଯାହା ଅନୁରୋଧ କରିଛି ତାହା ଆପଣମାନେ ରଖିଛନ୍ତି, ଏବେ ମୁଁ ଆପଣମାନଙ୍କୁ ଘରୁ ନ ବାହାରିବା ଲାଗି ଶପଥ କରିବାକୁ କହୁଛି । ବାହାରକୁ ନ ଯିବା ପାଇଁ ବ୍ୟକ୍ତିଗତ ସ୍ତରରେ ଶପଥ ନିଅନ୍ତୁ । ଆମେ ସାବଧାନ ରହିଲେ କରୋନା ଆମ ଘରକୁୁ ପଶିପାରିବ ନାହିଁ । ଜରୁରୀ କାମରେ ବାହାରକୁ ଗଲେ ଘରକୁ ଫେରି ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇ ଘରେ ପଶନ୍ତୁ । ଶପଥ ନେବା ସମୟର ଭିଡିଓ ସୁଟିଂ କରନ୍ତୁ, ମୋ ପାଖକୁ ପଠାନ୍ତୁ।
#ବାହାରକୁ_ଯିବି_ନାହିଁ #କରୋନା_ଆଣିବି_ନାହିଁ
କରୋନା ମୁକାବିଲା ପାଇଁ ନବୀନଙ୍କ ‘ମୋ ଜୀବନ’ କାର୍ଯ୍ୟକ୍ରମ । ଶପଥ ପାଠ କରିବା ପାଇଁ ଆହ୍ୱାନ । ବାହାରକୁ ଯିବି ନାହିଁ , କରୋନା ଭାଇରସ ଆଣିବି ନାହିଁ- ମୁଖ୍ୟମନ୍ତ୍ରୀ @Naveen_Odisha । #Covid19 #OdishaFightsCoronavirus #Sambad #Odisha @CMO_Odisha pic.twitter.com/R2PdWzzmQV
— Sambad (ସମ୍ବାଦ) (@sambad_odisha) March 24, 2020