ମୁଖ୍ୟମନ୍ତ୍ରୀଙ୍କ ହାଇଟେକ୍‌ ପ୍ରଚାର ବସ୍‌

ବ୍ରହ୍ମପୁର : ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ କରିଛନ୍ତି ହାଇଟେକ ପ୍ରଚାର। ବୁଧବାର ବ୍ରହ୍ମପୁର ସହରରେ ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ସ୍ବତନ୍ତ୍ର ପ୍ରଚାର ବସ୍‌ରେ ବ୍ରହ୍ମପୁରରୁ ରମ୍ଭା କରିଛନ୍ତି ରୋଡ ସୋ’। ମୁଖ୍ୟମନ୍ତ୍ରୀଙ୍କ ଏହି ହାଇଟେକ୍‌ ପ୍ରଚାର ବସ୍‌ରେ କି କି ସୁବିଧା ରହିଛି, ଏହା ଜାଣିବାକୁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା। ବସ୍‌ରେ ପାର୍ଶ୍ବରେ ବଡ଼ କାଚ ଲାଗିଥିବା ବେଳେ ‌ବାହାରୁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟ ଦେଖି ପାରୁଥିଲେ। ବସ୍‌ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବନ୍ଦୋବସ୍ତ ରହିଛି। ନବୀନ ‌ରୋଡ୍‌ ସୋ ସମୟରେ ବାଟରେ ଜମା ହୋଇଥିବା ଲୋକମାନଙ୍କୁ ଠାଏ ଠାଏ ବସ୍‌ ଉପରୁ ଉଦ୍‌ବୋଧନ ଦେଇଥିଲେ। ବସ୍‌ରେ ଲାଗିଥିବା ହାଇେଡ୍ରାଲିକ ଲିଫ୍ଟ ସାହାଯ୍ୟରେ ତାଙ୍କ ପୋଡ଼ିୟମ୍ ଛାତ ଉପରକୁ ଉଠି ଯାଉଥିବା ଦୃଶ୍ୟ ‌ଦେଖିବାକୁ ବେଶ୍ ଉତ୍ସୁକତା ଲାଗି ରହିଥିଲା। ସେଠାରୁ ଭାଷଣ ଦେବା ଲାଗି ମାଇକ ବ୍ୟବସ୍ଥା ବି ରହିଛି। ଏହା ସହିତ ଉକ୍ତ ବସ୍‌ରେ ବେଡ୍‌, ଡାଇନିଂ ଟେବୁଲ୍, ଛୋଟ ମିଟିଂ ହଲ୍‌, ଟିଭି ଓ ଭି ସାଟ୍‌ ବ୍ୟବସ୍ଥା ରହିଛି। ନବୀନ ଏପରି ନିଆରା ଶୈଳୀରେ ପ୍ରଚାରରେ ବାହାରିବା ବ୍ରହ୍ମପୁରବାସୀଙ୍କ ପାଇଁ ନୂ୍ଆ ଅଭିଜ୍ଞତା ଥିଲା। ଏଣୁ ଭିଡ଼ ନିୟନ୍ତ୍ରଣ କଷ୍ଟକର ହୋଇଥିଲା ଓ ରାତି ୮ଟା ବେଳେ ବ୍ରହ୍ମପୁର ରୋଡ୍‌ ସୋ ସରିଥିଲା।

ସମ୍ବନ୍ଧିତ ଖବର