ମୁଖ୍ୟମନ୍ତ୍ରୀଙ୍କ ଗାଁ ରାସ୍ତା ଶୋଚନୀୟ

ଭଂଜନଗର : ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ତାଙ୍କ ପୁଅ ଏବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଗାଁ (ଜି.ନୂଆଗାଁ)କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ବଡ଼ ବଡ଼ ଖାଲ ହୋଇ କୃତ୍ରିମ ପୋଖରୀ ସବୁ ସୃଷ୍ଟି ହୋଇଛି। ଦିନ ଥିଲା ଏହି ରାସ୍ତା ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ବହୁବାର ଯିବା ଆସିବା କରୁଥିଲେ। ଏବେ ବିଜୁବାବୁଙ୍କ ନାମରେ ଶାସନ ଚାଲିଛି। ତାଙ୍କ ନାମରେ ଯୋଜନା ପରେ ଯୋଜନା ହେଉଛି। ମାତ୍ର ତାଙ୍କ ଗାଁ ରାସ୍ତାର ଏହି ଦୁରବସ୍ଥା ନେଇ ସବୁଆଡ଼େ ଚର୍ଚ୍ଚା ଚାଲିଛି। ବାରମ୍ବାର ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଯଦିଓ ମାଟି ରାସ୍ତା ପିଚୁ ରାସ୍ତା ହୋଇଛି ସତ କିନ୍ତୁ ନିମ୍ନ ମାନର କାମ ଓ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାରେ ଶହ ଶହ ଗର୍ତ୍ତ ହୋଇ ଏହା ଗମନାଗମନ ଉପଯୋଗୀ ହୋଇ ରହିନାହିଁ।

ସମ୍ବନ୍ଧିତ ଖବର