ରେଳ ଲାଇନ କଡ଼ରୁ ଶବ, ପୂଜା ସାମଗ୍ରୀ ଉଦ୍ଧାର : ଟିଟିଲାଗଡ଼ରେ ଶିଶୁବଳି!

ଟିଟିଲାଗଡ଼ : ଟିଟିଲାଗଡ଼ ରେଳ ଷ୍ଟେସନରୁ ଅଳ୍ପ ଦୂରରେ ଏକ ଅଭାବନୀୟ ଦୃଶ୍ୟ ବିଳମ୍ବରେ ସାମ୍ନାକୁ ଆସିଛି। ରେଳ ଲାଇନ କଡ଼ରେ ଏକ ଶିଶୁର ମୃତଦେହ ମିଳିଛି। ମୃତଦେହଟି ପ୍ରାୟ ଚାରି ପାଞ୍ଚ ଦିନ ତଳର େବାଲି ଅନୁମାନ କରାଯାଉଥିବା ବେଳେ ଏହା ଏକ ପ୍ରକାର ପଚିଯାଇଛି। ତେବେ ଶବର କିଛି ଦୂରରେ ପୂଜା ସାମଗ୍ରୀ ପଡ଼ିଥିବା େଯାଗୁଁ ଘଟଣାର ଗମ୍ଭୀରତା ବଢିଯାଇଛି। ଏହା ଏକ ଶିଶୁବଳି ବୋଲି ସ୍ଥାନୀୟ େଲାକେ ଆେଲାଚନା କରୁଛନ୍ତି। ରେଳବାଇ ପୁଲିସ ଏ ନେଇ ଅନୁସନ୍ଧାନ ଆରମ୍ଭ କରିଛି।

ଗୁରୁବାର ସକାଳୁ ଘଟଣାସ୍ଥଳ ନିକଟରେ କିଛି ପିଲା ଗାଈ ଚରାଉଥିଲେ। ସେମାନେ ଲାଇନ ତଳେ ଥିବା ପୋଲ (ଲାଲପୁଲିଆ) ନିକଟରେ ଏକ ନବଜାତ ଶିଶୁର ଶବ ରେଜେଇରେ ଘୋଡ଼ା ହୋଇଥିବା ଦେଖିବାକୁ ପାଇଥିଲେ। ସେଠାରୁ କିଛି ଦୂରରେ ନଡ଼ିଆ, କଳସୀ, ନୂଆ ଗାମୁଛା, ଦୀପ ତଥା ଅନ୍ୟାନ୍ୟ ପୂଜା ସାମଗ୍ରୀ ପଡ଼ିଥିବା ଦେଖିବାକୁ ମିଳିଥିଲା। ସୂଚନା ପାଇ ପୁଲିସ ମୃତଦେହ ଜବତ କରିଛି ଓ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବଟି ନଷ୍ଟ େହବାକୁ ଆରମ୍ଭ କରିଥିବାରୁ ଏଥିରେ କ୍ଷତ ଚିହ୍ନ ଅଛି କି ନାହିଁ, ତାହା ଜଣାପଡିନାହିଁ। ଏ ସଂପର୍କରେ ବଲାଙ୍ଗୀର ରେଳବାଇ ପୁଲିସର ଦୁର୍ଗାଚରଣ ପ୍ରଧାନଙ୍କୁ ପଚାରିବାରୁ ସେ କଣ୍ଟାବାଞ୍ଜି ରେଳବାଇ ପୁଲିସ ସହ ଆଲୋଚନା କରୁଥିବା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସଂପୂର୍ଣ ତଥ୍ୟ ଜଣାପଡ଼ିବ ବୋଲି କହିଛନ୍ତି। ପ୍ରକାଶ ଥାଉ କି, ଗତ ବର୍ଷ ଅକ୍ଟୋବର ୧୬ ତାରିଖ ଦିନ ସିନ୍ଧେକେଲା ଥାନା ଶୁଣ୍ଢିମୁଣ୍ଡା ଗାଁ ନିକଟ ଉନ୍ଦେର ନଦୀରୁ ଏକ ନାବାଳକର ମୁଣ୍ଡକଟା ଶବ ଉଦ୍ଧାର କରା ଯାଇଥିଲା। ଏହା ଏକ ବଳି ମାମଲା ବୋଲି ପୁଲିସ ତଦନ୍ତରୁ ଜାଣି ପାରିଥିଲା।

ସମ୍ବନ୍ଧିତ ଖବର