ପାଳଗଦା ସହ ଜଳିଗଲେ ଶିଶୁ

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ପୁକାଗୁଡା ଗ୍ରାମରେ ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ବେଳେ ଏକ ପାଳ ଗଦାରେ ନିଆଁ ଲାଗି ଜଣେ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଛି। ସୂଚନା ଅନୁସାରେ ସିଙ୍ଗସାରୀ ଫାଣ୍ଡି ଠାରୁ ପ୍ରାୟ ୨କିମି ଦୂର ପୁକାଗୁଡା ଗ୍ରାମରେ ଗୋଟିଏ ସ୍ଥାନରେ ୩ଟି ପାଳଗଦା ଥିଲା। ସେଠାରେ ଲକ୍ଷ୍ମଣ ହରିଜନର ପୁଅ ଉମାକାନ୍ତ(୪) ଓ ଗଜେନ୍ଦ୍ର ଖେଳୁଥିଲେ। ତେବେ ହଠାତ୍‌ କୌଣସି କାରଣରୁ ପାଳ ଗଦାରେ ନିଆଁ ଲାଗିଯିବାରୁ ଉମାକାନ୍ତ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଗଜେନ୍ଦ୍ର ଦୌଡି ପଳାଇବାରୁ ବର୍ତ୍ତି ଯାଇଥିଲା। ଖବରପାଇ ଗ୍ରାମବାସୀ ଉମରକୋଟ ଦମକଳ ବାହିନୀକୁ ଜଣାଇବା ସହ ସେଠାରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରାଯିବା ବେଳକୁ ଶିଶୁଟିର ମୃତ୍ୟୁ ହୋଇ ଯାଇଥିଲା। ଡାବୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ମାମଲା ରୁଜୁ କରି ତଦନ୍ତ ଚାଲିଥିବା କହିଛି।

ସମ୍ବନ୍ଧିତ ଖବର