ବୋରେଓ୍ଵଲ ଗାଡ଼ି ଚାପରେ ଶିଶୁ ମୃତ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଲାଞ୍ଜି ଗାଁରେ ରବିବାର ସକାଳେ ଏକ ବୋରେଓ୍ଵଲ ଗାଡ଼ି ଚାପାରେ ସେହି ଗାଁର ଅନନ୍ତ ସୁଲିଆଙ୍କ ୩ ବର୍ଷ ବୟସର ପୁଅ ପରେଶର ମୃତ୍ୟୁ ଘଟିଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭର ଓ ହେଲପରଙ୍କୁ ରଶିରେ ବାନ୍ଧି ମାଡ଼ ମାରିଥିଲେ। ସକାଳେ ପରେଶ ରାସ୍ତା କଡ଼ରେ ଖେଳୁଥିବା ବେଳେ ଦ୍ରୁତଗତିରେ ଯାଉଥିବା ବୋରେଓ୍ଵଲ ଗାଡ଼ିଟି ତାକୁ ଚାପି ଦେଇଥିଲା। ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ। ଖବର ପାଇ ଖଡ଼ିଆଳ ପୁଲିସ ଏବଂ ବିଡିଓ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁର ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ପ୍ରଦାନ କରିବା ସହ ଡ୍ରାଇଭର ଓ ହେଲପରଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର