ପୋଖରୀରେ ବୁଡ଼ି ଗୁରୁକୁଳ ଅନ୍ତେବାସୀ ମୃତ

ନୂଆପଡ଼ା : ପୋଖରୀରେ ବୁଡ଼ିଯାଇ ରବିବାର ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଆମସେନା ଗୁରୁକୁଳ ଆଶ୍ରମର ବ୍ରହ୍ମଚାରୀ ରୋନକ ବର୍ମା (୧୩)ଙ୍କ ମୃତ୍ୟୁ ଘଟିଛି। ଖରିଆର ରୋଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆମସେନା ଗୁରୁକୁଳ ଆଶ୍ରମର ସପ୍ତମ ଶ୍ରେଣୀର ବ୍ରହ୍ମଚାରୀ ରୋନକ ରବିବାର ଗୁରୁକୁଳ ଆଶ୍ରମର ଅନ୍ୟ ୫ଜଣ ବ୍ରହ୍ମଚାରୀଙ୍କ ସହ ଆଶ୍ରମର ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଏକା ସାଙ୍ଗରେ ଗାଧୋଉଥିଲେ। କିନ୍ତୁ ରୋନକ ବ୍ରହ୍ମଚାରୀମାନଙ୍କ ସହ ନଥିବାରୁ ଆଗତୁରା ଗୁରୁକୁଳକୁ ଚାଲି ଯାଇଥିବା ସନ୍ଦେହ କରି ଅନ୍ୟ ୫ ଜଣ ବ୍ରହ୍ମଚାରୀ ପୋଖରୀରୁ ପଳାଇ ଆସିଥିଲେ। ଗୁରୁକୁଳରେ ଖୋଜାଖୋଜି କରିବାରୁ ରୋନକ ନଥିବା ଜାଣିପାରି ଗୁରୁକୁଳର କର୍ମଚାରୀମାନେ ପୋଖରୀକୁ ଯାଇଥିଲେ। ସେଠାରେ ରୋନକଙ୍କ ଶବ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ବ୍ରହ୍ମଚାରୀ ରୋନକ ଝାଡ଼ଖଣ୍ଡ ରାଜ୍ୟ ଜାମସେଦପୁରର ସନ୍ତାଷ ବର୍ମାଙ୍କ ପୁଅ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର