ବନ୍ଧା ପଡ଼ିଛି ନାବାଳକଙ୍କ ଜୀବନ : ୨୫ ଶିଶୁ ଶ୍ରମିକଙ୍କୁ ଅସହ୍ୟ ନିର୍ଯାତନା

ପୁରୀ : ଗୁଜରାଟରେ ବନ୍ଧାପଡ଼ିଥିବା ପୁରୀ ସଦର ବ୍ଲକ୍‌ ଅନ୍ତର୍ଗତ ହନ୍ତୁକ ପଞ୍ଚାୟତ କୁରୁଣ୍ଟି ଓ ଆଖପାଖ ଗାଁର ୨୫ଜଣ ଶିଶୁଶ୍ରମିକ ବନ୍ଧା ପଡ଼ିଛନ୍ତି। ସେମାନେ ସେଠାରେ ନିର୍ଯାତନାର ଶିକାର ହେଉଥିବାବେଳେ ଘରକୁ ଫୋନ୍‌ କରି ମୁକୁଳାଇବା ପାଇଁ ଅନୁରୋଧ କରିଛନ୍ତି।

ମିଳିଥିବା ଖବର ମୁତାବକ, ଗଡ଼ିଶାଗୋଦା ଥାନା ତିଗିରିଆର ଅମି ସାହୁ ନାମକ ଠିକାଦାର ଉପରୋକ୍ତ ନାବାଳକମାନଙ୍କୁ ଚାକିରି ଆଳରେ ଚନ୍ଦନପୁର ଥାନା ହନ୍ତୁକ ପଞ୍ଚାୟତ କୁରୁଣ୍ଟି ଗାଁର କିଛି ନାବାଳକଙ୍କୁ ଗୁଜରାଟର ପିପିଡି ବେଲାରୋଡ୍‌ସ୍ଥିତ ଇଟାକୋନ୍‌ କମ୍ପାନିକୁ ନେଇଯାଇଥିଲା। ସେଠାରେ ପହଞ୍ଚିବା ପରଠାରୁ ନାବାଳକଙ୍କମାନଙ୍କୁ ଦୈନିକ ୧୪-୧୬ ଘଣ୍ଟା ପଶୁଭଳି କାମ କରିବାକୁ ବାଧ୍ୟ କରାଯାଉଥିବା ବେଳେ ଠିକ୍‌ରେ ଖାଇବାକୁ ଦିଆଯାଉନାହିଁ। ବେଳେବେଳେ କାମରେ ଥକି ଏହାର ପ୍ରତିବାଦ କଲେ ନିସ୍ତୁକ ମାଡ଼ ମଧ୍ୟ ମିଳୁଛି। ଚାକିରି ସିନା କରିବାକୁ ଯାଇଛନ୍ତି, କିନ୍ତୁ ପିଲାମାନେ ଦରମା କ’ଣ ଜାଣି ନାହାନ୍ତି। ଏପରିକି ଫୋନ୍‌ ଯୋଗେ କଥାହେଲେ ମଧ୍ୟ ଫୋନ୍‌ ଛଡ଼ାଇ ନିଆଯାଉଛି ଓ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି। ତେଣୁ, ସେମାନଙ୍କୁ ମୁକୁଳାଇବା ପାଇଁ ଏହି ନାବାଳକମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର