ଚିଲିକାର ବିଜେପି, ବିଜେଡି ନେତାଙ୍କ କଂଗ୍ରେସରେ ଯୋଗଦାନ

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନମଣ୍ଡଳୀର କିଛି ବିଜେପି ଓ ବିଜେଡି ନେତା ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ଚିଲିକା ମତ୍ସ୍ୟ କେନ୍ଦ୍ର ସମବାୟ ସମିତିର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ବେହେରା, ମୋଚିରାମ ବେହେରା, ମଙ୍ଗୁଳି ବେହେରା, ଟୁନା ବେହେରାଙ୍କ ସମେତ ବହୁ ‌ବିଜେପି ଓ ବିଜେଡି କର୍ମୀ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସରେ ମିଶିଥିଲେ। କଂଗ୍ରେସ ଭବନରେ ଆୟୋଜିତ ଏହି ଯୋଗଦାନ ସମାବେଶରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସେମାନଙ୍କୁ ପୁ‌ଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପ୍ରଦୀପ ସ୍ବାଇଁ, ସଞ୍ଜୀବ ମହାନ୍ତି, ମୁଖପାତ୍ର ହିମାଂଶୁ କୁମାର ‌େଲଙ୍କା, ରଜନୀ କୁମାର ମହାନ୍ତି ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ। ଚିଲିକା ନିର୍ବାଚନମଣ୍ଡଳୀରେ କଂଗ୍ରେସକୁ ମଜବୁତ୍ କରିବା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ପିସିସି ସଭାପତି ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର