ଚିନାବାଦାମ କ୍ରୟର ସରକାରୀ ସମୟ ସୀମା ବଢ଼ିଲା

ଭୁବନେଶ୍ୱର : ରାଜ୍ୟର ଚିନାବାଦାମ ଚାଷୀ ମାନେ ଆଗାମୀ ୧୯ ତାରିଖ ଯାଏ ମାର୍କଫେଡକୁ ଚିନାବାଦାମ ବିକ୍ରି କରି ପାରିବେ । ଚାଷୀ ମାନଙ୍କ ଠାରୁ ଚିନାବାଦାମ କିଣିବା ପାଇଁ ଶେଷ ତାରିଖକୁ ବଢାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ପତ୍ର ପାଇବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ଚିନାବାଦାମ କିଣିବା ପାଇଁ ଶେଷ ତାରିଖକୁ ୧୫ ଦିନ ବଢାଇବା ନେଇ ଘୋଷଣା କରିଛନ୍ତି । ବର୍ତମାନ ୧୯ ତାରିଖ ଯାଏ ରାଜ୍ୟର କୃଷକ ମାନେ ମାର୍କଫେଡକୁ ଚିନାବାଦାମ ବିକ୍ରୀ କରି ପାରିବେ ବୋଲି ଶ୍ରୀ ସିଂହ ଶ୍ରୀ ପ୍ରଧାନଙ୍କୁ ପତ୍ର ଲେଖି ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କୁ ସୋମବାର ଦିନ ଏକ ପତ୍ର ଲେଖି କହିଥିଲେ ଯେ ପୁରୀ ଜିଲ୍ଲାର କଣାସ ଓ କୃଷ୍ଣପ୍ରସାଦ ବ୍ଲକର ଚିନାବାଦାମ ଚାଷୀ ମାନଙ୍କ ସରକାରଙ୍କ ତରଫରୁ ଚିନାବାଦାମ କିଣିବାର ଶେଷ ତାରିଖକୁ ଢାଇବାକୁ ଅନୁରୋଧ କରିଛନ୍ତିା କେନ୍ଦ୍ର ସରକାରଙ୍କ ସଂସ୍ଥା ନାଫେଡ ପକ୍ଷରୁ ଏହି ଚିନାବାଦାମକୁ ସ୍ଥାନୀୟ ମାର୍କଫେଡ ଚିନାବାଦାମ ଖରିଦ କରୁଥିଲା ଓ ଏହାର ଶେଷ ତାରିଖ ୪ ଜୁଲାଇ ଥିଲା। ତେବେ ମୌସୁମୀ କାରଣରୁ ପାଖାପାଖି ୨ ହଜାର ଚାଷୀ ୫୦ ଲକ୍ଷ ଟଙ୍କା ମୂଲ୍ୟର ଚିନାବାଦାମ ବିକ୍ରି କରି ପାରି ନାହାନ୍ତି । ତେଣୁ ତାଙ୍କ ପାଇଁ ଏହାକୁ ବଢାଯାଉ ବୋଲି ଶ୍ରୀ ପ୍ରଧାନ ଏହିପତ୍ରରେ କୃଷି ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ସମ୍ବନ୍ଧିତ ଖବର