ବାରକୋଟରେ ଜମାକାରୀଙ୍କ ଗଣ ସତ୍ୟାଗ୍ରହ

ଦେବଗଡ଼ : ଆର୍ଥିକ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ଗୁରୁବାର ବାରକୋଟ ଠାରେ ଗଣ ସତ୍ୟାଗ୍ରହ କରାଯାଇଥିଲା। ଏହି ଅବସରରେ ବ୍ଲକର ବଣେଇ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ବାରକୋଟ ତହସିଲ ଅଫିସ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଏକ ସଭା ହୋଇଥିଲା। ମଂଚ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି।

ଏହି ଗଣ ସତ୍ୟାଗ୍ରହରେ ଯୋଗ ଦେଇ ମିଳିତ ମଂଚର ରାଜ୍ୟ ଯୁଗ୍ମ ଆବାହକ ମଧୁସୂଦନ ବିଶ୍ୱାଳ ଜମାକାରୀମାନେ ନିଜ କଷ୍ଟୋପାର୍ଜିତ ଅର୍ଥର ଦାବିରେ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ। ଅନ୍ୟତମ ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧିଙ୍କ ସହ ପଶ୍ଚିମ ଓଡ଼ିଶା ଆବାହକ ବିଭୁଦତ୍ତ ମିଶ୍ର, ମଂଚର ଜିଲ୍ଲା ସଭାପତି ସୁବାସିନୀ ବେହେରା, ସଂପାଦକ ପ୍ରଶାନ୍ତ ପ୍ରଧାନ, ସମ୍ବଲପୁର ଜିଲ୍ଲା ସଭାପତି ସୁଧାଂଶୁ ବେହେରା, ପୂର୍ଣ୍ଣଚନ୍ଦ୍ର ସେଠୀ, ହାଡିବନ୍ଧୁ ମହନ୍ତ, ଭବାନୀ କିଷାନ, ସନ୍ତୋଷ ସାହୁ, ଅରୁଣ ନାୟକ, ଭୋଳାନାଥ ନାୟକ, ଭଗବତୀ କିଷାନ, ସୌଭାଗ୍ୟ ନାୟକଙ୍କ ପ୍ରମୁଖ ଯୋଗ ଦେଇଥିଲେ। ଶୋଭାଯାତ୍ରାରେ ଶତାଧିକ ଜମାକାରୀ ସାମିଲ ଥିବା ବେଳେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର