ଆନ୍ଦୋଳନରୁ ଓହରିଲେ ଚିଟ୍‌ଫଣ୍ଡ ଜମାକାରୀ, ୨୨ ପରେ ପରବର୍ତ୍ତୀ ନିଷ୍ପତ୍ତି

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଜମାକାରୀ ମଙ୍ଗଳବାର ଆନ୍ଦୋଳନରୁ ଓହରିଛନ୍ତି। ସରକାରଙ୍କ ସହ ଆଲୋଚନା ପରେ କ୍ଷତିଗ୍ରସ୍ତ ଜମାକାରୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ୨୨ ପରେ ଆନ୍ଦୋଳନ ନେଇ ପରବର୍ତ୍ତୀ ନିଷ୍ପତ୍ତି ହେବ।

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଂଚ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି। ଚିଟଫଣ୍ଡ ନେଇ ସରକାର ନେଇଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଛି। ସରକାରଙ୍କ ପାଖରେ ଥିବା ତଥ୍ୟ ଉପରେ ଶ୍ୱେତପତ୍ର ଆସିବ। ଜମାକାରୀ ଚିହ୍ନଟ ପ୍ରକ୍ରିୟା ବିଳମ୍ବ ହେବା ନେଇ ମଧ୍ୟ ଆଲୋଚନା ହୋଇଛି। କ୍ଷୁଦ୍ର ଜମାକାରୀ ଟଙ୍କା ପାଇବା ବିଳମ୍ବ ହୋଇଛି। ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଦାବି ହୋଇଛି। ଫେବ୍ରୁଆରି ୨୨ରେ ଜିଲ୍ଳାପାଳଙ୍କ ବୈଠକରେ ଆଲୋଚନା ହେବ। କେଉଁ ସ୍ତରରେ ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ଵିତ ହେବ ସେନେଇ ଆଲୋଚନା ହେବ। ଆଜିର ଆଲୋଚନାରେ ଅର୍ଥମନ୍ତ୍ରୀ, ଅର୍ଥ ସଚିବଙ୍କ ସହ ପ୍ରତିନିଧି ଦଳ ଅଂଶଗ୍ରହଣ କରିଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ଚିଟ୍‌ଫଣ୍ଡ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ ତାରିଖରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। ୨୦୧୩ରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର‌୍‌.କେ.ପାତ୍ରଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଜଷ୍ଟିସ ପାତ୍ରଙ୍କ ପରଲୋକ ପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏମ୍‌.ଏମ୍‌.ଦାସଙ୍କୁ ୨୦୧୫, ଫେବ୍ରୁଆରି ୫ ତାରିଖ ଦିନ ତଦନ୍ତ ଦାୟିତ୍ୱ ଅର୍ପଣ କରାଯାଇଥିଲା।

ସମ୍ବନ୍ଧିତ ଖବର