ବିନୋଦିନୀ ଚିଟ୍‌ଫଣ୍ଡ ଠକେଇ : ଗିରଫ ଧୀରେନଙ୍କୁ ଓଡ଼ିଶା ଆଣିବାକୁ ଦାବି

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ବହୁ ଅର୍ଥଲଗାଣକାରୀ ସଂସ୍ଥା ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଛି। ଏବେ ପଦାକୁ ଆସିଛି ବିନୋଦିନୀ ଡେଭଲପର୍ସ ସଂସ୍ଥାର ନାଁ। ଏହି ସଂସ୍ଥାର ଚେର ବ୍ରହ୍ମପୁରରୁ ଛତିଶଗଡ଼କୁ ଲମ୍ବିଛି। ଛତିଶଗଡ଼ର କୋରବା ଜିଲ୍ଲାରେ ଲୋକଙ୍କ ଠାରୁ ଟଙ୍କା ଠକେଇ ଅଭିଯୋଗରେ ସେଠାକାର ପୁଲିସ ସିଏମ୍‌ଡି ଧୀରେନ ସ୍ବାଇଁଙ୍କୁ ଦିଲ୍ଲୀର ନୋଏଡ଼ାରୁ ଗତ କିଛିଦିନ ତଳେ ଗିରଫ କରିଥିବା ନେଇ ସୂଚନା ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ଗଞ୍ଜାମ ଜିଲ୍ଲାର ଜମାକାରୀମାନେ ଧୀରେନକୁ ରିମାଣ୍ଡରେ ଓଡ଼ିଶା ଆଣିବା ପାଇଁ ଦାବି କରିଛନ୍ତି। ବ୍ରହ୍ମପୁର ପୁଲିସ ନିକଟକୁ ଅଦ୍ୟାବଧି ଏ ନେଇ କୌଣସି ସୂଚନା ଆସି ନଥିବା ଏଏସ୍‌ପି ପ୍ରଭାତ କୁମାର ରାଉତରାୟ କହିଛନ୍ତି।

ସମ୍ବନ୍ଧିତ ଖବର