ଚିଟକାମାଲ ଡବଲ ମର୍ଡର ଘଟଣା, ୪ ଅଭିଯୁକ୍ତ ଜେଲ୍‌ ଗଲେ

ପାଟଣାଗଡ଼ : ଗୁଣିଗାରେଡ଼ି ସନ୍ଦେହରେ ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଚିଟକାମାଲ ଗ୍ରାମରେ ଗତ ସୋମବାର ଘଟିଥିବା ଡବଲ୍‌ ମର୍ଡର ମାମଲାରେ ଅଟକ ଥିବା ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ, ନାରାୟଣ ବରିହା(୨୩), ସ୍ବରୂପା ଘିଭେଲା(୪୦), ଗୌରାଙ୍ଗ ପୋଢ(୨୫) ଓ କୃଷ୍ଣ ବରିହା(୬୦)। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ଏମ୍. ସନ୍ଦିପ ସମ୍ପଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର