ବଦଳିଲେ ଚୌଦ୍ୱାର ସର୍କଲ ଜେଲ୍‌ ଅଧୀକ୍ଷକ

କଟକ : ଚୌଦ୍ୱାର ସର୍କଲ ଜେଲ୍‌ର ବରିଷ୍ଠ ଅଧୀକ୍ଷକ ନିରଞ୍ଜନ ଦାସଙ୍କ ବଦଳି ହୋଇଛି। ତାଙ୍କୁ ବାରିପଦା ସର୍କଲ୍‌ ଜେଲ୍‌କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ରବିନ୍ଦ୍ରନାଥ ସ୍ୱାଇଁଙ୍କୁ ନିଯୁକ୍ତ କରାଯାଇଛି। ଏ ସଂକ୍ରାନ୍ତରେ ଆଜି ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଚୌଦ୍ୱାର ଜେଲ୍‌ରେ ୨୦୧୩ ଅଗଷ୍ଟ ୨ ତାରିଖରେ ନିଯୁକ୍ତ ହୋଇଥିବା ନିରଞ୍ଜନ ଦାସଙ୍କ ଅବଧି ଶେଷ ହୋଇଯାଇଥିଲା। ଆଜି ଗୃହ ବିଭାଗ ପକ୍ଷରୁ ଚିଠି ନଂ ୨୨୧୬୨ରେ ବଦଳି ସଂକ୍ରାନ୍ତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଅନ୍ୟପଟେ ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର ଜେଲ୍‌ରେ କାର୍ଯ୍ୟରତ ଅଧୀକ୍ଷକ ରବିନ୍ଦ୍ରନାଥ ସ୍ୱାଇଁଙ୍କୁ ବରିଷ୍ଠ ଅଧୀକ୍ଷକ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ପରେ ତାଙ୍କୁ ଝାରପଡ଼ାରୁ ଚୌଦ୍ୱାର ସର୍କଲ ଜେଲ୍‌କୁ ବଦଳି କରି ନିଯୁକ୍ତ କରାଯାଇଥିବା ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶାଇଯାଇଛି ।

ସମ୍ବନ୍ଧିତ ଖବର