ଯୁକ୍ତ ଦୁଇ ପରୀକ୍ଷା ଫଳ: କଳାରେ ୬୮.୭୯, ବାଣିଜ୍ୟରେ ୭୪.୯୧ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ର୍ରି ନାରାୟଣ ପାତ୍ର ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଶ୍ରୀ ପାତ୍ର ପରୀକ୍ଷା ଫଳ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପାତ୍ର କହିଛନ୍ତି ଯେ ଏଥର କଳାରେ ୬୮.୭୯ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣର୍ ହୋଇଥିବା ବେଳେ ବାଣିଜ୍ୟରେ ୭୪.୯୧ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୫୨.୬୧ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଚଳିତ ବର୍ଷ ଉଭୟ କଳାବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଛାତ୍ରମାନଙ୍କ ଠାରୁ ଛାତ୍ରୀମାନେ ଭଲ କରିଛନ୍ତି। ସେହିପରି କଳାରେ ପୁରୀ ଜିଲ୍ଲା ଚଳିତ ବର୍ଷ ସବୁଠାରୁ ଭଲ କରିଥିବା ବେଳେ ନବରଙ୍ଗପୁର ଜିଲ୍ଲା ସବୁଠାରୁ ଖରାପ କରିଛି। ପୁରୀ ଜିଲ୍ଲାର ୭୯.୮୭ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ନବରଙ୍ଗପୁରର ମାତ୍ର ୪୭.୫୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବାଣିଜ୍ୟରେ ନୟାଗଡ଼ ଜିଲ୍ଲା ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଏହାର ୯୫.୫୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦେବଗଡ଼ର ସବୁଠାରୁ କମ୍‌ ଅର୍ଥାତ ୪୫.୦୭ ପ୍ରତିଶତ ଛାତ୍ରଛାତ୍ରୀ ବାଣିଜ୍ୟରେ ଉତ୍ତୀର୍ଣ୍ଣ ହୋଇଛନ୍ତି।


ସୂଚନାଯୋଗ୍ୟ ଯେ କଳା ବିଭାଗରେ ୧ଲକ୍ଷ୫୮ ହଜାର ୩୭୮ ଜଣ ପରୀକ୍ଷାଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। , ବାଣିଜ୍ୟ ବିଭାଗରେ ୨୦ହଜାର ୨୧୬ ଜଣ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୪୧୯୧ ଜଣ ଛଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ୬୦.୮୮ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିିବା ବେଳେ ୭୦ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଛାତ୍ରଛାତ୍ରୀ ‘www.chseodisha.nic.in’ ଓ ‘www.orissaresults.nic.in’ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ।

ସମ୍ବନ୍ଧିତ ଖବର