ଉଷସୀଙ୍କୁ ଦୁର୍ବ୍ୟବହାର ମାମଲା: ଡିଜିଙ୍କୁ ଭେଟିଲା ସିନେକ୍ରିଟିକ୍‌ ଆସୋସିଏସନ୍‌

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ କଣିହାଁ ଥାନା ଅଞ୍ଚଳରେ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିନେତ୍ରୀ ଉଷସୀ ମିଶ୍ର ରବିବାର ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟିଛନ୍ତି। ଏହି ଘଟଣାକୁ ୭ଦିନ ବିତି ଯାଇଥିଲେ ହେଁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଉଷସୀ କ୍ଷୋଭ ପ୍ରକାଶ କରିଥିଲେ। ତେଣୁ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଡିଜିଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ସିନେ କ୍ରିଟିକ୍‌ ଆସୋସିଏସନ୍‌ର ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଗତ ୨୨ତାରିଖରେ ଅଭିନୟ ପାଇଁ ଯାଉଥିବା ବେଳେ ଉଷସୀଙ୍କୁ ଅନୁଗୁଳ ଜିଲ୍ଲାର ଡେରଙ୍ଗ ନିକଟରେ ଦୁର୍ବ୍ୟବହାର କରାଯାଇଥିଲା। ଏନେଇ ଉଷସୀ କଣିହାଁ ଥାନାରେ ଅଭିଯୋଗ କରିଥିଲେ। ଇନ୍ଦ୍ରମଣି ସାହୁ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅ ଉଷସୀଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର