ରାଉରକେଲା: ରାଉରକେଲା ଉଦିତନଗର ଥାନା ଅଧିନସ୍ଥ ବାସନ୍ତୀକଲୋନିରେ ଶୁକ୍ରବାର ଅପରାହ୍ନରେ ଜଣେ ଛାତ୍ର ଫ୍ୟାନ୍ରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଛାତ୍ରର ନାମ ହରେକୃଷ୍ଣ ସାହୁ, ବୟସ ୧୪ବର୍ଷ ଓ ସେ ସେଣ୍ଟ ଥୋମାସ୍ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଷଷ୍ଠଶ୍ରେଣୀରେ ପଢ଼େ ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2019/10/images-18.jpg)
ସୂଚନାଯୋଗ୍ୟ, ବାସନ୍ତୀକଲୋନିର ଇ-୧୮ରେ ପ୍ରଦୀପ କୁମାର ବସବାସ କରନ୍ତି। ଆଜି ସେ ଅପରାହ୍ନରେ ତାଙ୍କ ପତ୍ନୀଙ୍କ ସହିତ ବଜାରକୁ କାମରେ ବାହାରି ଯାଇଥିଲେ। ବାପା-ମା’ ଘରେ ନଥିବାର ସୁଯୋଗ ନେଇ ବାଳକ ହରେକୃଷ୍ଣ ଘର ଫ୍ୟାନ୍ରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲା। ବଜାରରୁ କାମ ସାରି ବାପା-ମା’ ଘରେ ପହଞ୍ଚି ଥିଲେ। କବାଟ ଖୋଲିଲା ବେଳକୁ ପୁଅ ଫ୍ୟାନ୍ରେ ଝୁଲୁଛି। ଏହା ଦେଖି ବାପା-ମା’ ଦୁହେଁ ସେଠାରେ ହିଁ ସ୍ଥାଣୁ ପାଲଟି ଯାଇଥିଲେ। କାନ୍ଦବୋବାଳି ଶୁଣି ପାଖଘର ଲୋକ ପ୍ରଦୀପଙ୍କ ଘରକୁ ଧାଇଁ ଆସିଥିଲେ। ହରେକୃଷ୍ଣର ଆତ୍ମହତ୍ୟା ବିଷୟରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ।
/sambad/media/post_attachments/wp-content/uploads/2019/10/death-33-300x172.jpg)
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ହରେକୃଷ୍ଣର ମୃତ୍ୟୁର କାରଣ ଜଣାପଡ଼ି ନ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/suicide-in-raurkela.jpg)