ଆଶ୍ରମ ସ୍କୁଲ୍‌ ଛାତ୍ରୀ ଗର୍ଭବତୀ ଘଟଣା : ମାଟ୍ରନ୍‌ ବହିଷ୍କୃତ, ଦୁଇ ଶିକ୍ଷୟିତ୍ରୀଙ୍କ ବଦଳି

ଢେଙ୍କାନାଳ : ସଦର ଥାନା ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟର ଜଣେ ୮ମ ଶ୍ରେଣୀର ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୁଲିସ୍‌ ଜଣେ ନାବାଳକକୁ କୋର୍ଟଚାଲାଣ କରିଥିଲା। ଘଟଣାର ତଦନ୍ତ ପରେ ଆଜି ଜିଲ୍ଲାପାଳ ସ୍କୁଲ୍‌ ମାଟ୍ରନ୍‌ଙ୍କୁ ବହିଷ୍କୃତ କରିଥିବା ବେଳେ ୨ ଜଣ ଶିକ୍ଷୟିତ୍ରୀଙ୍କର ବଦଳି କରିଛନ୍ତି ।

ସୂଚନା ଅନୁଯାୟୀ, କଙ୍କଡାହାଡ ବ୍ଲକ କରଗୋଳା ଗ୍ରାମର ଜଣେ ନାବାଳିକା ସପ୍ତଶଯ୍ୟା ଆଶ୍ରମ ସ୍କୁଲ୍‌ ଛାତ୍ରୀ ନିବାସରେ ରହି ପଢୁଥିଲେ। ଗତ ୧୭ ତାରିଖରେ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସ୍କୁଲ୍‌ ପକ୍ଷରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେ ୭ ମାସର ଗର୍ଭବତୀ ଥିବା ଜଣାପଡିଥିଲା। ସେହିଦିନ ରାତି ୨ଟାବେଳେ ସ୍କୁଲ୍‌ ପ୍ରଧାନ ଶିକ୍ଷକ ଜନାର୍ଦ୍ଦନ ସାମଲଙ୍କ ଅଭିଯୋଗ କ୍ରମେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ ନାବାଳିକା ଭାଉଜଙ୍କର ନାବଳକ ଭାଇକୁ ପୁଲିସ୍‌ ୧୮ ତାରିଖରେ କୋର୍ଟ ଚାଲାଣ କରିଛି। ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଚାଲିଥିଲା। ଘଟଣାର ୧୨ ଦିନ ପରେ ସ˚ପୃକ୍ତ ଆଶ୍ରମ ବିଦ୍ୟାଳୟର ମାଟ୍ରନ୍‌ (ଅଧିକ୍ଷିକା) ସ୍ମୃତିରେଖା ସେଠୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିବା ବେଳେ ଶିକ୍ଷୟିତ୍ରୀ ସ˚ଘମିତ୍ରା ଶୁଭଲକ୍ଷ୍ମୀଙ୍କୁ ପର୍ଜଙ୍ଗ ରଘୁନାଥପୁର ସେବାଶ୍ରମ ଏବ˚ ଯୋଗମାୟା ନାୟକଙ୍କୁ କଙ୍କଡାହାଡ ବ୍ଲକ ଘାଗେରାମୁଣ୍ତା ସେବାଶ୍ରମକୁ ବଦଳି କରାଯାଇଥିବା ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର