ଏମ୍‌ସିଆଇ ଦେଲା ସବୁଜ ସଂକେତ : ବାଲେଶ୍ୱର ଓ ବଲାଙ୍ଗୀର ମେଡିକାଲ କଲେଜରେ ଚଳିତବର୍ଷରୁ ପାଠପଢ଼ା

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷରୁ ବଲାଙ୍ଗୀର ଓ ବାଲେଶ୍ୱର ମେଡିକାଲ କଲେଜରେ ପାଠପଢ଼ା ହେବ। ମେଡିକାଲ କାଉନସିଲ ଅଫ ଇଣ୍ଡିଆ ବା ଏମ୍‌ସିଆଇ ଏଥିପାଇଁ ସବୁଜ ସଂକେତ ଦେଇଛି। ଖୁବଶୀଘ୍ର ଏ ନେଇ ଏଲଓପି ବା ଲେଟର ଅଫ ପରମିସନ୍‌ ମିଳିବ ବୋଲି ଜଣାପଡ଼ିଛି।

ଗତ ୨୩ତାରିଖରେ ଏମ୍‌ସିଆଇର ପ୍ରତିନିଧି ଦଳ ବଲାଙ୍ଗୀର ଓ ବାଲେଶ୍ୱରରେ ମେଡିକାଲ କଲେଜ ଗସ୍ତ କରିଥିଲେ। ଏମ୍‌ସିଆଇର ଏକ ୩ଜଣିଆ ପ୍ରତିନିଧି ଦଳ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରେମୁଣାସ୍ଥିତ ମେଡିକାଲ କଲେଜ ପରିଦର୍ଶନ କରିଥିଲେ। ଚଳିତବର୍ଷ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ଥିବା ଏମ୍‌ସିଆଇ ପ୍ରତିନିଧିଦଳ ସନ୍ତୋଷ ଜାହିର କରିଥିଲେ। ସେହିଦିନ ଏମ୍‌ସିଆଇର ଆଉ ଏକ ୩ଜଣିଆ ଦଳ ବଲାଙ୍ଗୀର ମେଡିକାଲ କଲେଜ ଗସ୍ତ କରି ଏହାର ଭିତ୍ତିଭୂମି ଯାଞ୍ଚ କରିଥିଲେ। ପ୍ରତିନିଧିଦଳ କଲେଜର ଭିତ୍ତିଭୂମିରେ ସନ୍ତୋଷ ଥିବା ଜଣାପଡ଼ିଛି। ତେଣୁ ଚଳିତ ଶିକ୍ଷାବର୍ଷରୁ ଏହି ଦୁଇ କଲେଜରେ ପାଠପଢ଼ା ଆରମ୍ଭ ହେବ ବୋଲି ସ୍ଥାନୀୟ ଲୋକ ଆଶା ପ୍ରକଟ କରିଥିଲେ।

ସମ୍ବନ୍ଧିତ ଖବର