ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇ ବଦଳି ହେଲେ ପୁଲିସ ଅଧିକାରୀ

ପୁରୀ: ଜଣେ ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇ ପୁଲିସ ଅଧିକାରୀ ବଦଳି ହୋଇଥିବାର ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ମୁନା ଓରଫ ରାଧାମୋହନ ବିଶ୍ବାଳ ନାମକ ଜଣେ ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇଥିଲେ ।

ବୁଲୁ ମୁଣ୍ଡା ମୁନାଙ୍କୁ ଗିରଫ କରି ନିମାପଡ଼ା ଥାନାକୁ ଆଣୁଥିବା ବେଳେ ସେ ଅଭିଯୁକ୍ତଙ୍କ ସହ ସେଲ୍ଫି ନେଇଥିବା ଜଣାଯାଇଛି । ତାଙ୍କର ଏହି ସେଲଫି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ପୁଲିସ ବିଭାଗର ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

Image result for Chandrabhaga Marine police station
image source-puripolice.nic.in

ବୁଲୁ ମୁଣ୍ଡା ମୁନାଙ୍କୁ ଗିରଫ କରି ଥାନାକୁ ଆଣୁଥିବା ବେଳେ ସେଲ୍ଫି ନେଇଥିବା ଖବର ପାଇବାମାତ୍ରେ ପୁରୀ ଏସପି ତତକ୍ଷଣାତ୍ ବୁଲୁ ମୁଣ୍ଡାଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ବୁଲୁ ମୁଣ୍ଡାଙ୍କୁ ସାମୁଦ୍ରିକ ଥାନାରୁ ପୁରୀ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି ।

ସମ୍ବନ୍ଧିତ ଖବର