ସୁରଟରେ ଓଡ଼ିଆ ପର୍ବ ଉଦ୍‌ଯାପିତ

ଭୁବନେଶ୍ୱର : ସୁରଟରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଓଡ଼ିଆ ପର୍ବ ଆଜି ଉଦ୍‌ଯାପିତ ହୋଇଯାଇଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଲେ, ଓଡ଼ିଆମାନେ ହିଁ ସୁରଟକୁ ବନାଇଛନ୍ତି। ଆଜି ତାରିଖରେ ଓଡ଼ିଆ ଯୁବକମାନେ ମୁମ୍ବାଇ, ଦିଲ୍ଲୀ ଛାଡ଼ିଦେଲେ ବଡ଼ବଡ଼ିଆଙ୍କ ଘରେ ପାଣି ଓ ବିଜୁଳି ବନ୍ଦ ହୋଇଯିବ। ଓଡ଼ିଶାର କୋଇଲ ଉତ୍ପାଦନ ନ ହେଲେ ଅଧା ଦେଶ ଅନ୍ଧାରରେ ରହିଯିବ। ଓଡ଼ିଶା ସବୁକ୍ଷେତ୍ରରେ ପୃଥିବୀର ଅନନ୍ୟ ପେଣ୍ଠସ୍ଥଳ ହେବାକୁ ସୁଯୋଗ ରହିଛି। ଓଡ଼ିଆ ଯୁବକ ଯୁବତୀମାନଙ୍କୁ ଏବେ ମାଲିକ ହେବାର ସମୟ ଆସିଛି। ତେଣୁ ଏକବିଂଶ ଶତାବ୍ଦୀରେ ଓଡ଼ିଶାକୁ ନୂଆ କରି ଗଢ଼ିବାକୁ ସଂକଳ୍ପ ନେବାକୁ ସେ ଆହ୍ଵାନ ଦେଇଥିଲେ। ଓଡ଼ିଶାରୁ ପ୍ରତିଷ୍ଠିତ କଳାକାରମାନେ ଯୋଗ ଦେଇ ଲୋକଙ୍କ ମନୋରଞ୍ଜନ କରିବା ସହ ଓଡ଼ିଶାର କଳା, ସଂସ୍କୃତିର ଗାରିମା ସମ୍ପର୍କରେ କହିଥିଲେ। ଏଥିରେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର