ପୁରୀର ବିକାଶ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ପାଇଁ ୫୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଭିତ୍ତିଭୂମି ବିକାଶ ଓ କ୍ଷତିଗ୍ରସ୍ତଙ୍କୁ ଥଇଥାନ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ | ମଠ ଗୁଡିକର ପୁନରୁଦ୍ଧାର ପାଇଁ ପ୍ୟାକେଜ ଘୋଷଣା ହୋଇଥିବାବେଳେ ମାଳତିପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ସେତୁ ସଂଯୋଗ କରାଯିବ | ଏଥିପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ | ସେହିପରି ଜଗନ୍ନାଥ ବଲ୍ଲଭ ମଠରେ  ବହୁତଳ ପାର୍କିଂ ବ୍ୟବସ୍ଥା କରାଯିବ | ବହୁତଳ ପାର୍କିଂ ସହ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦୋକାନ ବଜାର ମଧ୍ୟ ବ୍ୟବସ୍ଥା ହେବ |

Business Today

 

ପୁରୀର ଭିତ୍ତିଭୂମି ବିକାଶ ପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା | ଏଥିରେ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ଥିଲେ | ସେହିପରି ମୂଷା ନଦୀର ପୁନରୁଦ୍ଧାର କରାଯାଇ ମଙ୍ଗଳା ନଦୀରେ ସଂଯୋଗ କରାଯିବ ବୋଲି ନବୀନ କହିଛନ୍ତି |

ପୁରୀଠାରେ ୨୮ ଏକର ଜମିରେ ୩୫ କୋଟି ଟଙ୍କା ବ୍ୟୟରେ ଏକ ହ୍ରଦର ବିକାଶ କରାଯିବା ସହ ପୁରୀରେ ଥିବା ମଠଗୁଡିକୁ ଅବଡା ଯୋଜନାରେ ସରକାର ସହଯୋଗ ଯୋଗାଇବେ | ସେହିପରି ପୁରୀରେ ଥିବା ତୀର୍ଥ ପୁଷ୍କରିଣୀ ଶ୍ଵେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ଗୁଡିକର ପୁନରୁଦ୍ଧାର କରାଯିବ | ଏହି ସବୁ କାର୍ଯ୍ୟ ଆଗାମୀ ୨ ବର୍ଷ ମଧ୍ୟରେ ସାରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ |

ସମ୍ବନ୍ଧିତ ଖବର