ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ରାଶି ପ୍ରଦାନ

ଢେଙ୍କାନାଳ: ଢ଼େଙ୍କାନାଳ ଅଳସୁଆ ସାପ୍ତାହିକ ହାଟରେ କାନ୍ଥ ପଡି ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଆହତମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ପୂର୍ବରୁ ଏହି ଘଟଣାକୁ ନେଇ ଢେଙ୍କାନାଳ ମୁନସିପାଲଟି ପକ୍ଷରୁ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ଭାବେ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଅଧିକ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ମ୍ୟୁନିସିପାଲଟି ଅନୁରୋଧ କରିବ । ଅଳସୁଆ ସପ୍ତାହିକ ହାଟ ନିକଟରେ ଅଘଟଣର ି ଢେଙ୍କାନାଳ ଜିଲ୍ଲାପାଳ ତଦନ୍ତ ନିର୍ଦେଶ ଦେଇଛନ୍ତି। ସେପଟେ ଏପରି ଦୁର୍ଘଟଣା ପରେ ବାକି ଥିବା କାନ୍ଥକୁ ଜେସିବି ଲଗାଇ ଜିଲ୍ଲା ପ୍ରଶାସନ ଭାଙ୍ଗିଛି।

ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୯ଟା ସମୟରେ ରାଇସ୍‌ ମିଲ୍‌ କାନ୍ଥ ଭୁସୁଡିବାରୁ ୪ ଜଣ ପ୍ରାଣ ହରାଇଛନ୍ତି । ୧୨ରୁ ଅଧିକ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ୪ ମୃତକଙ୍କ ପରିଚୟ ମିଳିଛି । ମୃତକମାନେ ସଂଗ୍ରାମ ସାହୁ, ରାମଚନ୍ଦ୍ର ସାହୁ, ମାୟାଧର ମଲ୍ଲିକ ଏବଂ ଅଭିମନ୍ୟୁ ବିଶ୍ୱାଳ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର