ଆଜି ଠାରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟସ୍ତରୀୟ ୭୨ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ୭୨ତମ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଠାରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,ଆମ ସରକାର ଚାଷୀ, ମହିଳା ଓ ଯୁବକଙ୍କୁ ଗୁରୁତ୍ୱ ଦେଉଛି। ଏମାନଙ୍କୁ ୧ ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯାଇ ସେମାନଙ୍କୁ ରୋଜଗାର ଓ ଉତ୍ପାଦନରେ ସହଯୋଗ କେରାଯାଉଛିି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।
ସେହିପରି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କ୍ୟାପିଟାଲ ହସ୍‌ପିଟାଲ ପରିସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲ୍ପ ଡେସ୍କ ଉଦ୍‌ଘାଟନ କରିବା ସହିତ ଏହାର ଲୋଗ ଉନ୍ମୋଚନ କରିଥଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟୃାଣ ଯୋଜନାରେ ରାଜ୍ୟର ପ୍ରାୟ ୭୦ ଲକ୍ଷ ଲୋକ ଉପକୃତ ହେବେ।

ସମ୍ବନ୍ଧିତ ଖବର