ପାଣ୍ଡିଆନଙ୍କ ଘର ଉପରେ ଆକ୍ରମଣ ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ବାସଭବନ ଉପରେ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଆଇଏଏସ୍‌ ଓ ଓଏଏସ୍‌ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବା ପରେ ଏ ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । “ଆଇଏଏସଙ୍କ ଉପରେ ଆକ୍ରମଣ ନେଇ ବିଭିନ୍ନ ସଂଗଠନ ଭେଟିଛନ୍ତି । ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”  ନବୀନ କହିଛନ୍ତି ।

ଗତ ଶନିବାରଦିନ ଘରେ ପାଣ୍ଡିଆନ ଅନୁପସ୍ଥିତ ଥିବାବେଳେ ବିଜେପି ପତାକା ଧରିଥିବା କିଛି ଯୁବକ ତାଙ୍କ ସରକାରୀ ବାସବବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହା ସହିତ ତାଙ୍କ ଘର ପରିସରରେ ଥିବା ଫୁଲ କୁଣ୍ଡକୁ ଭାଙ୍ଗିବା ସହିତ ଗୋବର ଓ ପଥର ମାଡ଼ କରିଥିଲେ । ଏହି ଘଟଣାରେ ପୂର୍ବରୁ ୪ ଜଣ ଗିରଫ ହୋଇଥିବାବେଳେ ଆଜି ଦୁଇ ଜଣ ନାବାଳକ ଗିରଫ ହୋଇଛନ୍ତି । ଏହି ଘଟଣା ବିରୋଧରେ ଗତକାଲି ଆଇଏଏସ ସଂଘ ଓ ଓଏଏସ ସଂଘର ମିଳିତ ବୈଠକ ବସି ଆକ୍ରମଣକୁ ନିନ୍ଦା କରାଯିବା ସହ ଅଧିକାରୀମାନଙ୍କୁ ସୁରକ୍ଷା ଦେବାପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ । ଏହା ସହିତ ଦୋଷୀମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯାନୁଷ୍ଠାନ ପାଇଁ ଉଭୟ ସଂଗଠନ ମୁଖମନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ଦେଇଥିଲେ ।

ସମ୍ବନ୍ଧିତ ଖବର