ମହିଳାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସହାୟତା ରାଶି ୭ ଲକ୍ଷକୁ ବୃଦ୍ଧିି

ଭୁବନେଶ୍ୱର: ମହିଳାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସହାୟତା ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅବସରରେ ମାଲକାନଗିରିର ଜଣେ ମହିଳାଙ୍କ ପ୍ରସ୍ତାବ ରେ ପ୍ରଭାବିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସହାୟତା ରାଶିି ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।
ସୂଚନାଯୋଗ୍ୟ ଯେଚଳିତ ମାସ ଜୁନ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଷଳ।ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଏହା କାର୍ଯ୍ୟକାରୀ ହେବ।ରାଜ୍ୟର ୭୦ ଲକ୍ଷ ପରିବାରର ସାମେ ୩ କୋଟି ଲୋକ ଏହି ସୁବିଧା ପାଇବେ।

ସମ୍ବନ୍ଧିତ ଖବର