ଡାକ୍ତର ଦାମୋଦର ରାଉତଙ୍କ ଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦିବଙ୍ଗତ ପତ୍ନୀ ସେହ୍ନଲତା ମହାପାତ୍ରଙ୍କ ଶେଷ ଦର୍ଶନଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର ଦାମୋଦର ରାଉତଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ସେ ସେହ୍ନଲତା ମହାପାତ୍ରଙ୍କ ମୃତ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନେତା ଦାମ ରାଉତଙ୍କ କିଛି ସମୟଧରି କଥାବାର୍ତ୍ତା ବି କରିଥିଲେ।

ଖାଲି ନବୀନ ପଟ୍ଟନାୟକ ନୁହନ୍ତି , ବରଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଏବଂ ଭାଜପା ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ବହୁ ନେତା ସେଠାରେ ପହଞ୍ଚିଥିଲେ। ଏହି ସମୟରେ ଦାମବାବୁଙ୍କ ପୁଅ ସମ୍ବିତ ରାଉତରାୟ ବି ଉପସ୍ଥିତ ଥିଲେ।ସେ ଆଜି ସକାଳେ ଏଠାରେ ସୂଚନାଯୋଗ୍ୟ ଯେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀ ସେହ୍ନଲତା ମହାପାତ୍ର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର