‘ମୋତିଲାଲ ଓସ୍ୱାଲ କିସ୍ ଆବାସିକ ବିଦ୍ୟାଳୟ’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଲାଙ୍ଗୀର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସି କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ୍ ସାଇନସେସ୍ (କିସ୍) ଭୁବନେଶ୍ୱରର ଏକ ଶାଖା ‘ମୋତିଲାଲ ଓସ୍ୱାଲ କିସ୍ ଆବାସିକ ବିଦ୍ୟାଳୟ’କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଦିନ୧୧ଟା୪୦ରେ ହେଲିକପ୍ଟର ଯୋଗେ ବଲାଙ୍ଗୀରରେ ପହଞ୍ଚିବା ପରେ ଉଦଘାଟନ ଉତ୍ସବରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ମୋତିଲାଲ ଓସ୍ୱାଲ ଫାଉଣ୍ଡେସନ ଚେୟାରମ୍ୟାନ୍ ସୁନୀତା ଅଗ୍ରୱାଲ, ମୋତିଲାଲ ଓସ୍ୱାଲ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ମୋତିଲାଲ ଓସ୍ୱାଲ, ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏବଂ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପ୍ରମୁଖ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ମୋତିଲାଲ ଓସ୍ୱାଲ ଗ୍ରୁପର ଆର୍ଥିକ ସହାୟତା ଏବଂ କିସର ସହଭାଗିତାରେ କିସ୍  ଜମିରେ ନିର୍ମିତ ହୋଇଥିବା ଆବାସିକ ବିଦ୍ୟାଳୟ ନିଶୁଳ୍କ ଭାବରେ ପରିଚାଳିତ ହେବ। ମୋତିଲାଲ ଓସ୍ୱାଲ କିସ୍ ନାମରେ ନାମିତ ଏହି ଆବାସିକ ଜନଜାତି ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ୧୫୦୦ ଗରିବ ଜନଜାତିର ଛାତ୍ରଛାତ୍ରୀମାନେ ପାଠ ପଢ଼ିବେ । ବଲାଙ୍ଗୀର ଆରଟିଓ ଅଫିସ୍ ଛକ ବିଏସଏନଏଲ୍ ଅଫିସ୍ ପଛପଟେ କିସର ଏହି ଶାଖା ପାଇଁ କୋଠା ନିର୍ମାଣ କାମ ସରିଛି। ଏହାକୁ  ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏଭଳି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖୁସି ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର