ଧାମରା ପୋର୍ଟର ‘ଫର୍ଟିଲାଇଜର କାର୍ଗୋ କମ୍ପ୍ଲେକ୍ସ ,ବାର୍ଜ ବର୍ଥ କମ୍ପ୍ଲେକ୍ସ’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମରାବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟର ଶୁଭ ଉଦ୍‌ଘାଟନ କରିଛନ୍ତି। ଧାମରା ବନ୍ଦର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଫର୍ଟିଲାଇଜର କାର୍ଗୋ କମ୍ପ୍ଲେକ୍ସ ଓ ବାର୍ଜ ବର୍ଥ କମ୍ପ୍ଲେକ୍ସକୁ ଉଦ୍‌୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଡ. ନୃସିଂହ ସାହୁ, ସାଂସଦ ଅର୍ଜୁନ ଚରଣ ସେଠୀ, ବିଧାୟକ ବ୍ୟେମକେଶ ରାୟ, ମୁକ୍ତିକାନ୍ତ ମଣ୍ଡଳ, ଯୁଗୋଳ କିଶୋର ପଟ୍ଟନାୟକ, ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ, ଆଦାନୀ ଟ୍ରଷ୍ଟର ଅଧ୍ୟକ୍ଷା ଡ. ପ୍ରୀତି ଆଦାନୀ, ଆଦାନୀ ପୋର୍ଟସ ଓ ଏସଇଜେଡ୍‌ର ଅଧ୍ୟକ୍ଷ କରନ ଆଦାନୀ, ଧାମରା ପୋର୍ଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁବ୍ରତ ତ୍ରୀପାଠୀ, ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର