ମୁମ୍ବାଇରେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ

ଭୁବନେଶ୍ୱର : ପୁଞ୍ଜି ନିବେଶ ଆକୃଷ୍ଟ କରିବାକୁ ମୁମ୍ବଇ ଗ୍ରସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି । ସେ ଭେଟିଥିବା ଶିଳ୍ପପତି ମାନଙ୍କ ମଧ୍ୟରେ ରହିଛନ୍ତି ମହିନ୍ଦ୍ରା ଗ୍ରୁପ ମୁଖ୍ୟ ଆନନ୍ଦ ମହିନ୍ଦ୍ରା , ଫିକ୍କି ମହାରାଷ୍ଟ୍ର ଚାପ୍ଟର ସଭାପତି ତଥା ସେଞ୍ଚୁରିଅନ ଗ୍ରୁପ ମୁଖ୍ୟ ଯଶପାଲ ବିନ୍ଦ୍ରା ଅନ୍ୟତମ । ଓଡ଼ିଶାରେ ନିବେଶ ପାଇଁ ଅନୁକୂଳ ବାତାବାରଣ ରହିିଛି ଓ ଶିଳ୍ପ ପାଇଁ ସରକାରଙ୍କ ତରଫରୁ ସବୁପ୍ରକାରର ସହାୟତା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଓଡ଼ିଶାରେ ନାସନାଲ ଇନଭେଷ୍ଟମେଣ୍ଟ ମାନୁଫାକଚରିଂ ଜୋନ, କଳିଙ୍ଗନଗର, ଖୋର୍ଦ୍ଧା ଓ ଛତାବରଠାରେ ଫୁଡ ପ୍ରସୋସିଂ ପାର୍କ, ପାରାଦୀପର ପ୍ଲାଷ୍ଟିକ ପାର୍କ ଓ ଅନୁଗୁଳର ଅଲୁମିନିୟମ ପାର୍କ ରେ ନିବେଶ ପାଇଁ ସେ ଶିଳ୍ପାନୁଷ୍ଠାନମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଆସନ୍ତା ନଭେମ୍ବରରେ ହେବାକୁ ଥିବା ମେକ ଇନ ଓଡ଼ିଶା ସମ୍ମିଳନୀ ପାଇଁ ଶିଳ୍ପପତିମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ସେ ମେକ ଇନ ଓଡ଼ିଶା ୨୦୧୮ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲର ଉନ୍ମୋଚନ କରିଛନ୍ତି ।

ସମ୍ବନ୍ଧିତ ଖବର