କାଲି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ବିଜେଡି ମହଲରେ ଉତ୍ସାହ

ଭୁବନେଶ୍ୱର/ଫୁଲବାଣୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କନ୍ଧମାଳ ଗସ୍ତରେ ଯିବେ। ନବୀନ କେ.ନୂଆଗାଁ ମହାସିଂହଠାରେ ହେବାକୁ ଥିବା ମିଶନ ଶକ୍ତି ଓ କାଳିଆ ସମାବେଶରେ ଯୋଗ ଦେବେ। ଏଥି ସହ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ସମାବେଶରେ ୭୦ହଜାର ଲୋକ ଯୋଗେ ଦେବେ। ସକାଳ ୧୧ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ। ଏହା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଗସ୍ତ ହୋଇଥିବାରୁ ଏହାକୁ ସଫଳ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଜିଲ୍ଲାପାଳ ଡା.ବୃନ୍ଦା ଡି, ଏସପି ପ୍ରତୀକ ସିଂ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ ଏବଂ ଅନ୍ୟମାନେ ଉପସ୍ଥିତ ରହି ଅନୁଧ୍ୟାନ ଚଳାଇଛନ୍ତି।

ନିର୍ବାଚନ ନିକଟରେ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ମହଲରେ ଉତ୍ସାହ ପ୍ରକାଶ ପାଇଛି। ବିଜେଡି ନେତାମାନେ ସମାବେଶ ହେବାକୁ ଥିବା ପଡିଆକୁ ଯାଇ ସବୁ କାମ ଦେଖୁଛନ୍ତି। ଗୋଟିଏ ମାସରେ ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳକୁ ୨ ଥର ଗସ୍ତ। ମୁଖ୍ୟମନ୍ତ୍ରୀ କନ୍ଧମାଳ ପାଇଁ ବଡ ପ୍ରକଳ୍ପ ଘୋଷଣା କରି ପାରନ୍ତି ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର