ଖୋର୍ଦ୍ଧା: ବିଜେପି ନେତା ହତ୍ୟା ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରବିବାର ବିଳମ୍ବିତ ରାତ୍ରୀରେ ଖୋର୍ଦ୍ଧାର ନବୀନବାଗ ଠାରେ ଜଣେ ବିଜେପି ନେତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛନ୍ତି।

ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି: ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଖୋର୍ଦ୍ଧାରେ ହୋଇଥିବା ହିଂସାକୁ ମୁଁ ଦୃଢ଼ ନିନ୍ଦା କରୁଛି। ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।


ନିର୍ବାଚନ କମିସନଙ୍କୁ ଅନୁରୋଧ କରୁଛି ଏହି ଘଟଣାକୁ ଗୁରୁତ୍ୱର ସହିତ ନିଅନ୍ତୁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସକୁ ନିର୍ଦେଶ ଦିଅନ୍ତୁ; ଯାହା ଦ୍ୱାରା ଏପରି ହୀନ କାର୍ଯ୍ୟର ପୁନଃରାବୃତି ହେବ ନାହିଁ।

ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାକୁ ପ୍ରତିବାଦ କରି ବିଜେପି ପକ୍ଷରୁ ସକାଳ ୮ଟାରୁ ଅପରାହ୍ଣ ୨ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି। ଫଳରେ ସେଠାକାର ଦୋକାନ ବଜାର ଆଦି ବନ୍ଦ ରହିଛି।

ମଙ୍ଗୁଳିଙ୍କର ପୈତୃକ ଗାଁ ବଡ଼ପୋଖରୀଆର ଗ୍ରାମବାସୀମାନେ ମଧ୍ୟ ଏହାର ପ୍ରତିବାଦରେ ୧୬ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ସମ୍ବନ୍ଧିତ ଖବର