ଭୁବନେଶ୍ୱର: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ବହୁ ଆଗକୁ ଗତି କରିଛି। ଆଗାମୀ ଦିନରେ ବହୁ କମ୍ପାନି ଓଡ଼ିଶାକୁ ଆସିବେ। ନୂଆ ଯୁବ ଉଦ୍ୟୋଗୀ ସୃଷ୍ଟି ହେଲେ କ୍ଷୁଦ୍ର ଶିଳ୍ପ ସମୃଦ୍ଧ ହେବ। ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ସିଆଇଆଇର ଏଣ୍ଟରପ୍ରାଇଜ୍ ଓଡ଼ିଶା-୨୦୧୯କୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତ।
/sambad/media/post_attachments/wp-content/uploads/2019/11/bbsr1-3-1024x653.jpg)
ନବୀନ କହିଛନ୍ତି, ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ‘ମେକ ଇନ ଓଡ଼ିଶା କନକ୍ଲେଭ’ ହେବ। ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮ରୁ ବହୁତ ସଫଳତା ମିଳିଛି। ଏଥିରୁ ୯୧ଟି ପ୍ରପୋଜାଲକୁ ମଂଜୁରୀ ମିଳିଛି, ଯାହାର କାମ ଜାରି ରହିଛି। ଚାରି ଦିବସୀୟ କାର୍ଯ୍ୟକ୍ରମରେ ଏମଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/bbsr-6.jpg)