ନିର୍ବାଚନୀ ସଭାରେ କଟାକ୍ଷ : ବିଜେପି ସରକାର ବିରାଡ଼ି ବୈଷ୍ଣବ – ନବୀନ

ଗରିବଙ୍କ ପାଇଁ ଦରଦ ନେଇ ପ୍ରଶ୍ନ ଉଠାଇଲେ, ଟଙ୍କକିଆ ଚାଉଳ, ଆହାରକୁ ବିରୋଧ କରିଥିଲା କେନ୍ଦ୍ର, ପିଇବା ପାଣି ପ୍ରସଙ୍ଗ ଉଠାଇଲେ, ତଥ୍ୟ ଦେଲେ, ଆୟୁଷ୍ମାନ, ତିତଲି ପ୍ରସଙ୍ଗରେ ବି ସମାଲୋଚନା

ପାରଳାଖେମୁଣ୍ଡି/ ରାୟଗଡା : ରବିବାର ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ରାଜ୍ୟ ସରକାରଙ୍କୁ ଗାଦିରୁ ହଟାଇବା ଲାଗି ଆହ୍ବାନ େଦଇଥିବା ବେଳେ ସେପଟେ ବିେଜଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େକନ୍ଦ୍ର ସରକାରଙ୍କୁ ପୁଣି ଥରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। େକନ୍ଦ୍ର ସରକାରଙ୍କ େଯ ଗରିବଙ୍କ ପ୍ରତି ସର୍ବନିମ୍ନ ଦରଦ ନାହିଁ, ଆଜି ଉଭୟ ରାୟଗଡା ଓ ଗଜପତି ଜିଲ୍ଲାରେ ନବୀନ ବୁଲି ବୁଲି କହିବା ସହିତ ସମଗ୍ର ରାଜ୍ୟକୁ ଏଭଳି ବାର୍ତା ଦେବାକୁ ଉଦ୍ୟମ କରିଛନ୍ତି। ଆହାର, ଟଙ୍କିକିଆ ଚାଉଳ ଓ ପିଇବା ପାଣି ଭଳି ତିନିଟି ସମ୍ବେଦନଶୀଳ କାର୍ଯ୍ୟକ୍ରମରେ େକନ୍ଦ୍ରର ଭୂମିକା ନେଇ ପ୍ରଶ୍ନ ଉଠାଇଛନ୍ତି। କେବଳ ଏତିକି ନୁହେଁ କୌତୂହଳର କଥା େହଲା ଆଜି ନବୀନ ବିେଜପି ଓ େକନ୍ଦ୍ରକୁ ବିରାଡି ବୈଷ୍ଣବ େବାଲି ଚିତ୍ରିତ କରିଛନ୍ତି। ସେହିଭଳି ଦୁର୍ବିପାକ ସମୟରେ େକନ୍ଦ୍ରର ବୈମାତୃକ ମନୋଭାବ େନଇ ବି ନବୀନ ଅସନ୍ତୋଷ ଜଣାଇ ଟାର୍ଗେଟ କରିଛନ୍ତି।

ଆଜି ଗଜପତି ଜିଲ୍ଲା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ସହର ଏବଂ ରା.ଉଦୟଗିରି ବ୍ଲକ୍‌ ମହେନ୍ଦ୍ରଗଡ଼ ପଞ୍ଚାୟତସ୍ଥିତ କୁଶପଲ୍ଲୀ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ପାରଳାଖେମୁଣ୍ଡି ଗଜପତି ଷ୍ଟାଡ଼ିୟମ ପରିସରରେ ଆୟୋଜିତ ଜନସମାବେଶରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ଗତ ୫ ବର୍ଷ ମଧୢରେ ରାଜ୍ୟର ଉନ୍ନତି ପାଇଁ କେନ୍ଦ୍ର ସରକାର କ’ଣ କରିଛନ୍ତି ଓ ଗରିବଙ୍କ ପାଇଁ େକନ୍ଦ୍ର ସରକାରଙ୍କ ଦରଦ ସଂପର୍କରେ ପ୍ରଶ୍ନ ଉଠାଇଥିଲେ। କହିଥିଲେ, ଆମେ ଗରିବଙ୍କ ପାଇଁ ଆହାର େଯାଜନା କରିଛୁ। କିନ୍ତୁ େକନ୍ଦ୍ର ଏହି େଯାଜନାକୁ ସହଯୋଗ ପାଇଁ ମନା କଲେ। ଫଳରେ ରାଜ୍ୟ
ସରକାର ନିଜ ଉଦ୍ୟମରୁ ଏହାକୁ ଜାରି ରଖିଛନ୍ତି।

ଆପଣମାେନ ଟଙ୍କିକିଆ ଚାଉଳ ପାଉଛନ୍ତି ତ? େବାଲି ପ୍ରଶ୍ନ କରି ଏ େକ୍ଷତ୍ରରେ ମଧ୍ୟ କେନ୍ଦ୍ର ସରକାରଙ୍କ ଭୂମିକା ଉପରେ ଆପତ୍ତି ଉଠାଇଥିଲେ। କହିଥିଲେ, ଏହି େଯାଜନା କାହାର ଦୟା ନୁେହଁ। ଏହା ଆପଣଙ୍କର ଟଙ୍କା। େକନ୍ଦ୍ର ସରକାର ୩୦ଲକ୍ଷ ଗରିବଙ୍କୁ ଚାଉଳ ଦେବାକୁ ମନା କଲେ। ଏହା ଠିକ୍ କି? ଏବେ ଆମ ସରକାର ସବୁ ଗରିବଙ୍କୁ ଚାଉଳ େଦଉଛନ୍ତି।

କନ୍ଦ୍ର ସରକାରଙ୍କ ଆୟୁଷ୍ମାନ େଯାଜନାକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମା’ ମାନେ କୁହନ୍ତୁ େଯ ସ୍ବାସ୍ଥ୍ୟ ସୁବିଧା ପାଇଁ ଆପଣଙ୍କର ପାଞ୍ଚଲକ୍ଷ ନା ସାତ ଲକ୍ଷ ଟଙ୍କା ଦରକାର? େକନ୍ଦ୍ର େଯାଜନାରେ ପାଞ୍ଚ ଲକ୍ଷ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନାରେ ଆମ ସରକାର ମା’ ମାନଙ୍କୁ େଦଉଛି ସାତ ଲକ୍ଷ ଟଙ୍କା। େସହିପରି ପିଇବା ପାଣି ପାଇଁ େକନ୍ଦ୍ର େଦଉଛି ୧ହଜାର, କିନ୍ତୁ ରାଜ୍ୟ ଖର୍ଚ କରୁଛି ୧୨ ହଜାର। ଜଳସେଚନରେ ଖର୍ଚ କରୁଛି ୨୦ହଜାର େକାଟି। େକନ୍ଦ୍ର େଦଉଛି ମାତ୍ର୨୫୦ େକାଟି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ େଯ ତିତଲି ଆସିଲା, ବହୁତ କ୍ଷତି କରିଦେଇଗଲା। ଆନ୍ଧ୍ରକୁ ଆଗ ସାହାଯ୍ୟ ମିଳିଲା। ଆମମାନଙ୍କ କଥା େକନ୍ଦ୍ର ସରକାରଙ୍କର ମନେ ପଡିଲା ବହୁତ ପଛରେ। ଓଡ଼ିଶା ପ୍ରତି ଓ ଗରିବ େଲାକ ଓ ମହିଳାଙ୍କ ପ୍ରତି ଏମାନଙ୍କର ଦରଦ ଏମିତି େବାଲି ସୂଚାଇ ମୁଖ୍ୟମନ୍ତ୍ରୀ ଏମାେନ ସବୁ ‘ବିରାଡି ବୈଷ୍ଣବ’ େବାଲି କହିଥିଲେ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ରାୟଗଡାର ଜେକେପୁର ହେଲିପ୍ୟାଡରେ ପହଞ୍ଚିଥିଲେ। ଏକ ସ୍ବତନ୍ତ୍ର ବସ୍ ଯୋଗେ ରୋଡ୍ ସୋ’ କରିଥିଲେ। ଜେକେପୁରରୁ ରାୟଗଡା ଜିସିଡି ପଡିଆ ପର୍ଯ୍ୟନ୍ତ ୧୨ କିମି ରୋଡ୍ ସୋ’ ରେ ଯାଇ ଜେକେପୁର, କୋତପେଟା ଓ ଜିସିଡି ପଡିଆ ନିକଟରେ ମୁଖ୍ୟମନ୍ତ୍ରୀ ନିଜର ବକ୍ତବ୍ୟ ରଖିଥିଲେ।

ନବୀନ କହିଥିଲେ, କାଳିଆ ଯୋଜନାରେ ଓଡ଼ିଶାର ଜଣେ ବି ଚାଷୀ ବଞ୍ଚିତ ହେବେ ନାହିଁ। ବର୍ତମାନ ସୁଦ୍ଧା ୪୦ଲକ୍ଷ ଚାଷୀ କାଳିଆ ଯୋଜନାରେ ଉପକୃତ ହୋଇ ସାରିଛନ୍ତି। ଆଗକୁ ଆଉ ୨୫ଲକ୍ଷ ଚାଷୀ ଏହାର ଲାଭ ପାଇବେ।

ବିଜେପିକୁ ଟାର୍ଗେଟ୍ କରି ନବୀନ କହିଥିଲେ, କେନ୍ଦ୍ର ସରକାରର ବରିଷ୍ଠ ନେତାମ‌ାନେ ୫ ବର୍ଷ ହେଲା କୁଆଡ଼େ ଯାଇଥିଲେ? ଦୈବ ଦୁର୍ବିପାକକୁ ଓଡ଼ିଶା ଏକା ମୁକାବିଲା କରିଥିଲା। ଏବେ ନିର୍ବାଚନୀ ଋତୁ ଆସିବା ପରେ ଓଡ଼ିଶାକୁ ଆସୁଥିବା କେନ୍ଦ୍ର ନେତାଙ୍କୁ ଜବାବ ମାଗିବାର ସମୟ ଆସିଛି। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆଦିବାସୀଙ୍କ ବିକାଶ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କେନ୍ଦ୍ର ସରକାର କେବିକେ ଯୋଜନା, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି କାହିଁକି ବନ୍ଦ କଲେ ତାର ଉତ୍ତର ଦିଅନ୍ତୁ। ଚାଷ ବୀମା ଯୋଜନାରେ ଚାଷୀ କାହିଁକି ଉପକୃତ ହୋଇପାରୁ ନାହାନ୍ତି, କୁଆଡେ ଗଲା ୧୦ କୋଟି ନିଯୁକ୍ତି, ଧାନର ସହାୟକ ମୂଲ୍ୟ କାହିଁକି ଦୁଇ ଗୁଣା ହୋଇ ପାରିଲା ନାହିଁ ଏସବୁ ପ୍ରସଂଗକୁ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଜବାବ ମାଗିଥିଲେ।

ସାଢେ ଚାରି େକାଟି ଓଡ଼ିଶାବାସୀ େମାର ପରିବାର େବାଲି େଦାହରାଇ ମୁଖ୍ୟମନ୍ତ୍ରୀ କହିଥିଲେ େଯ େଶଷ ନିଶ୍ବାସ ପର୍ଯ୍ୟନ୍ତ ଆପଣଙ୍କ େସବା କରିଚାଲିବି। ଏଥିସହିତ ବିେଜଡି ପ୍ରାର୍ଥୀଙ୍କ ସପକ୍ଷରେ େଭାଟ େଦବା ଲାଗି ନବୀନ ନିବେଦନ କରିଥିଲେ।

ଗଜପତି ଜିଲ୍ଲାର ବିଭିନ୍ନ ସଭାରେ ବ୍ରହ୍ମପୁର ସା˚ସଦ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ, କଲ୍ୟାଣୀ ଗଜପତି େଯାଗ ଦେଇଥିଲେ। ସଭା ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ସହର‌ରେ ରୋଡ୍ ସୋ’କରିଥିଲେ। ଗଜପତି ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ବହୁ ବରିଷ୍ଠ େନତା େଯାଗଦେଇଥିଲେ।

ସେହିଭଳି ରାୟଗଡା ସଭାରେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର, ପୁପିନ୍ଦର ସିଂ, ବବି ମିଶ୍ର, ଅଭିନେତ୍ରୀ ରିୟା ପ୍ରମୁଖ ରୋଡ୍ ସୋ’ରେ ସାମିଲ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମା, ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ସାଂସଦ ଝିନ୍ନ ହିକକା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସୁଧୀର ଦାସ, ସାଂସଦ ପ୍ରାର୍ଥିନୀ କୌଶଲ୍ୟା ହିକକା, ବିଧାୟକ ପ୍ରାର୍ଥୀ ଲାଲ୍ ବିହାରୀ ହିମିରିକା, ଜଗନ୍ନାଥ ସାରକା, ରଘୁନାଥ ଗମାଙ୍ଗ ପ୍ରମୁଖ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର