ସହିଦଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ସବୁ ଶିକ୍ଷାନୁଷ୍ଠାନରେ ଆଜି ଦୁଇ ମିନିଟ୍ ନିରବ ପ୍ରାର୍ଥନା

୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା, ସହିଦଙ୍କ ପରିବାରକୁ ଭେଟିବା ଲାଗି ଦୁଇ ମନ୍ତ୍ରୀଙ୍କୁ ନବୀନଙ୍କ ନିର୍ଦେଶ, ଧର୍ମେନ୍ଦ୍ରଙ୍କ ଶୋକ, ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ୍

ଭୁବନେଶ୍ବର : ପୁଲଵାମା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଦୁଇ ଯବାନ ସହିଦ ହେବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ କଶ୍ମୀରରେ ଗୁରୁବାର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ସମଗ୍ର ଦେଶ ଏକାଠି ହୋଇଛି। ଦଳମତ ନିର୍ବିେଶଷରେ ରାଜନୈତିକ ଦଳମାେନ ସରକାର ଓ ସେନା ସହିତ ହାତ ମିଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ୍ ହୋଇଥିବା ଦୁଇ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ପୂରା ଘଟଣାକୁ ନିନ୍ଦା କରିଛନ୍ତି। ଆଜି ତାଙ୍କ ପରିବାର ସହିତ କଥା େହାଇ ମୁଖ୍ୟମନ୍ତ୍ରୀ କହିଥିଲେ, ମାଆ, ମୁଁ ବହୁତ ଦୁଃଖି। ମୁଁ ଆପଣଙ୍କ ସାଙ୍ଗରେ ଅଛି।

ମୁଖ୍ୟମନ୍ତ୍ରୀ ସହିଦଙ୍କ ଆତ୍ମୀୟଙ୍କ ପାଇଁ ୧୦ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକାକୁଳ ପରିବେଶ ଭିତରେ ବୁଡି ରହିଥିବା ଦୁଇ ପରିବାରକୁ ଭେଟି ବ୍ୟକ୍ତିଗତ ସମବେଦନା ଜଣାଇବା ପାଇଁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କ ଅମରଆତ୍ମାର ସଦଗତି ନିମନ୍ତେ ସଚିବାଳୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା ମଧ୍ୟ କରିଛନ୍ତି। େଦଶମାତୃକାଙ୍କ ପ୍ରତି ସହିଦଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯିବା ଲାଗି ନିେର୍ଦଶ େଦଇଛନ୍ତି।

ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ୍ ହୋଇଛି। ଜମ୍ମୁ ଓ କଶ୍ମୀର ପୁଲଵାମାରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ଆଜି ସମ୍ୱଲପୁର କାର୍ଯ୍ୟକ୍ରମରେ ଶାହ ଯୋଗଦେଇଥାନ୍ତେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। କହିଛନ୍ତି, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ଦୁଇ ଓଡ଼ିଆ ଯବାନଙ୍କ ସହିଦ ଖବର ଶୁଣି ସେ ମର୍ମାହତ। ପାକିସ୍ତାନ କେତେ ଥର ଶିକ୍ଷା ପାଇଲେ, ତାର ସ୍ବଭାବ ବଦଳାଇବ େବାଲି ସେ େକ୍ଷାଭ ପ୍ରକଟ କରିବା ସହିତ ସବୁ ସହିଦ୍ ପରିବାର ସହିତ ଦେଶବାସୀ ଅଛନ୍ତି େବାଲି କହିଛନ୍ତି।

ଆତଙ୍କବାଦୀଙ୍କ ଏଭଳି କାର୍ଯ୍ୟକୁ ଆଜି ରାଜ୍ୟ ବିଜେପି କଡ଼ା ଭାଷାରେ ନିନ୍ଦା କରିଛି। ଏହି ଆତଙ୍କବାଦୀ ଆକ୍ରମଣରେ ସହିତ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଆଜିର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଥିବା ମୁଖପାତ୍ର େଗାଲକ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର