୯ଟି ପୌରାଞ୍ଚଳର ୨୦୦୦ ବାସ୍ତିବାସିନ୍ଦା ପରିବାରକୁ ଜମିପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ଛତ୍ରପୁର : ସୋମବାର ଛତ୍ରପୁରଠାରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଓ ପୁରୀ ଜିଲ୍ଲାର ୯ଟି ପୌରାଞ୍ଚଳର ୨୦୦୦ ବାସ୍ତିବାସିନ୍ଦା ପରିବାରକୁ ଜମିପଟ୍ଟା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା, ବିଶିଷ୍ଟ ସ୍ଥପତି ଲର୍ଡ ନରଗନ୍‌ ଫଷ୍ଟର୍‌ ପ୍ରମୁଖ ଉଦ୍‌ବୋଧନ ଦେଇ ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ଗରିବ ଲୋକଙ୍କ ଖୁସି, ମୋର ଖୁସି। ସହରରେ ବସ୍ତିମାନଙ୍କରେ ରହୁଥିବା ଗରିବଲୋକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ରାଜ୍ୟ ସରକାର ସେମାନଙ୍କୁ ଜମି ଅଧିକାର ପ୍ରଦାନ କରିବା ନିଷ୍ପତ୍ତି ନେଇଛନ୍ତି। ଗରିବ ଲୋକଙ୍କ ସଶକ୍ତିକରଣ ପାଇଁ ସରକାର ସବୁବେଳେ କାମ କରି ଚାଲିଛନ୍ତି ଓ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ। ଗରିବ ଲୋକଙ୍କୁ ତାଙ୍କ ଅଧିକାର ଦେବା କ୍ଷେତ୍ରରେ ଓଡ଼ିଶା ଆଜି ଇତିହାସ ସୃଷ୍ଟି କରିଛି ଓ ଅନ୍ୟମାନଙ୍କୁ ମାର୍ଗ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟ ସରକାରଙ୍କ ଏହି ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କାର୍ଯ୍ୟକ୍ରମରେ ସାରା ରାଜ୍ୟର ବିଭିନ୍ନ ପୌରାଞ୍ଚଳର ୧୦ଲକ୍ଷ ଲୋକ ଉପକାର ପାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଜାଗା’ର ଶୁଭାରମ୍ଭ ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର