୧୮ରେ ଗୁରୁପ୍ରିୟା ସେତୁକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ମାଲକାନଗିରି ଜିଲ୍ଲାର ବହୁଚର୍ଚିତ ଗୁରୁପ୍ରିୟା ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

୯୧୦ ମିଟର ଦୈଘ୍ୟର ଏହି ସେତୁ ନିର୍ମାଣ ସଂପୂର୍ଣ୍ଣ ହୋଇସାରିଛି। ତେବେ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ସେତୁର ନିର୍ମାଣ କାର୍ଯ୍ୟକୁ ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ ନିମନ୍ତେ ସେଣ୍ଟର ଫର ରୋଡ୍‌ ଆଣ୍ଡ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌କୁ ଦାୟିତ୍ୱ ଦିଆଯାଇଥିଲା। ଇତି ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟର ମାନକୁ ଯାଞ୍ଚ କରି ପ୍ରମାଣପତ୍ର ମଧ୍ୟ ଦେଇସାରିଛି ସଂପୃକ୍ତ ଯାଞ୍ଚକାରୀ ସଂସ୍ଥା। ଏହି ସେତୁ ନିର୍ମାଣ ହେବା ଫଳରେ ଜଳଭଣ୍ଡାର ଦ୍ୱାରା ବିଚ୍ଛିନ୍ନ ହୋଇପଡ଼ିଥିବା ୧୫୦ ଗ୍ରାମର ପ୍ରାୟ ୩୦ ହଜାର ଗ୍ରାମବାସୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିଛି।

ସମ୍ବନ୍ଧିତ ଖବର