ନବୀନଙ୍କ ଫିଟ୍‌ନେସ୍ ଭିଡିଓ : ଦାମ, ସୁରଙ୍କ କଟାକ୍ଷ

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫିଟ୍‌ନେସ୍‌ ନେଇ ଗତକାଲି ଠାରୁ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏଥିରେ ତାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳୁଛି। ନବୀନ ବ୍ୟାୟାମ, ପ୍ରାତଃ ଭ୍ରମଣ, ସୂର୍ଯ୍ୟ ନମସ୍କାର ଆଦି କରୁଛନ୍ତି। ଆଜି ଦିନତମାମ ସୋସିଆଲ୍‌ ମିଡିଆରେ ଏହି ଭିଡିଓ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ତେବେ ନବୀନଙ୍କ ଫିଟ୍‌ନେସ୍‌କୁ କଂଗ୍ରେସ ଓ ବିଜେପିର ଦୁଇ ଜଣ ବରିଷ୍ଠ ନେତା ଗ୍ରହଣ କରି ନାହାନ୍ତି। ବରଂ କଟାକ୍ଷ କରି ଚ୍ୟାଲେଞ୍ଜ୍ ଦେଇଛନ୍ତି। କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ନବୀନଙ୍କ ଫିଟ୍‌ନେସ୍ ଭିଡିଓ କେବଳ ଆକ୍ଟିଂ ଓ ଆକ୍ସନ। ନବୀନ ମୋ ଠାରୁ ବୟସରେ ସାନ। କିନ୍ତୁ ଯଦି ସେ ଭୁବନେଶ୍ବରର ମାଷ୍ଟର୍ କ୍ୟାଣ୍ଟିନ୍‌ ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ମୋ ସହ ଦୌଡ଼ି ଜିତିଯିବେ, ତେବେ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବେ।

ସେହିପରି ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି, ନବୀନ ଅଭିନୟ କରୁଛନ୍ତି। ଯଦି ସେ ଏତେ ଫିଟ୍‌, ତେବେ ପିଏମ୍‌ଜି ଛକରେ ୧୫ ମିନିଟ୍‌ ଠିଆ ହୋଇ ବିତର୍କ କରନ୍ତୁ।

ସମ୍ବନ୍ଧିତ ଖବର