ଆରମ୍ଭରୁ ନବୀନଙ୍କ ରଣହୁଙ୍କାର : ‘ବିପର୍ଯ୍ୟୟ ବେଳେ ‌ଆସିଲନି, ଏବେ କୁଆଡ଼େ?’

ଗଞ୍ଜାମ ଜିଲ୍ଲାରେ ପ୍ରଚାର, ୬୦ କିଲୋମିଟର ରୋଡ୍ ସୋ, କାଳିଆକୁ ଅଟକାଇ ଥିବା ଲୋକଙ୍କୁ ଚାଷୀ ଜବାବ ଦେବେ, ଭୋଟର ପଚାରନ୍ତୁ, କୁଆଡ଼େ ଗଲା ୧୦ କୋଟି ଚାକିରି

ବ୍ରହ୍ମପୁର : ଫାଇଲିନ୍ ହେଲା, ଆସିଲେ ନାହିଁ। ହୁଡହୁଡ୍ ହେଲା ଆସିଲେ ନାହିଁ। ତିତିଲି ହେଲା ଆସିଲେ ନାହିଁ। ମରୁଡି ହେଲା ଆସିଲେ ନାହିଁ। କିନ୍ତୁ ନିର୍ବାଚନ ହେଲା, ଭୋଟ ପାଇଁ ଆସିଗଲେ।

ବିଜେପିକୁ ଲକ୍ଷ୍ୟ କରି ଆଜି ମୁଖ୍ୟମନ୍ତ୍ରୀ ତଥା ବିେଜଡି ସଭାପତି ନବୀନ ପଟ୍ଟନାୟକ ଏଭଳି ଢଙ୍ଗରେ ଆକ୍ରମଣାତ୍ମକ ପ୍ରଚାର ଆରମ୍ଭ କରିଛନ୍ତି। ଆସନ୍ତା ୧୧ ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ। ନିର୍ବାଚନ ଆଉ ୮ ଦିନ ବାକି ଥିବା ବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ। ବୁଧବାର ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ତଳୀର କନିଷିରୁ ହାଇଟେକ୍‌ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ କନିଷି ଠାରେ ପହଞ୍ଚିଥିଲେ। ନିର୍ବାଚନୀ ସଭାରେ ଯୋଗ ଦେଇ ପ୍ରଚାରର ପ୍ରଥମ ଦିନରେ ନବୀନ କେନ୍ଦ୍ର ସରକାର ଓ ବିଜେପିକୁ ସିଧା ଟାର୍ଗେଟ କରିଥିଲେ। ଓଡ଼ିଶା ପ୍ରତି କେନ୍ଦ୍ରର କ୍ରମାଗତ ଅବହେଳା ସ˚କ୍ରାନ୍ତରେ ଓଡ଼ିଶାକୁ ଆସୁଥିବା କେନ୍ଦ୍ରୀୟ ନେତାଙ୍କୁ ପଚାରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ୍‌ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ କିମ୍ବା ବିେଜପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନାଁ ନ ନେଇ ମୁଖ୍ୟମନ୍ତ୍ରୀ ବିେଜପିକୁ ଅଭିେଯାଗରେ ପୋତି ପକାଇଥିଲେ। କହିଥିଲେ, ‘ବିେଜପିର ବଡ଼ େନତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାେନ େସମାନଙ୍କୁ ପଚାରନ୍ତୁ େଯ ସୀତାପଲ୍ଲୀ େରଳବାଇ ଵାଗନ୍ ଫ୍ୟାକ୍ଟ୍ରି କୁଆେଡ ଗଲା? କୁଆଡେ ଗଲା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପ୍ରତିଶ୍ରୁତି? କୁଆଡେ ଗଲା ମହିଳା ସଂରକ୍ଷଣ ପ୍ରତିଶ୍ରୁତି? ବୀମା କମ୍ପାନି ଲାଭବାନ ହେଲେ? କାହିଁକି ବନ୍ୟାରେ, ବାତ୍ୟାରେ ଓଡ଼ିଶାକୁ ସହଯୋଗ ମିଳୁନାହିଁ? କାହିଁକି ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଛାତ୍ରବୃତ୍ତି ବନ୍ଦ କଲେ? କୁଆଡେ ଗଲା ପ୍ରତିବର୍ଷ ୨ େକାଟି ଚାକିରି? ୫ ବର୍ଷରେ ୧୦ େକାଟି ଚାକିରି? ପ୍ରତିଟି ତିନିଟି ଘରୁ ଜଣେ ଚାକିରି ପାଇବା କଥା େହଲା କି?’ ଏକଥା ନିଜ ଗାଁରେ ପରଖିବା ପାଇଁ ମୁଖ୍ୟମନ୍ତ୍ରୀ ବିେଜଡି କର୍ମୀ ଓ େଭାଟରଙ୍କୁ ଭାଷଣ ଛଳରେ ପ୍ରବର୍ତାଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘ନିର୍ବାଚନ ଆସିଲେ, ଏହି େନତାମାେନ ବଡ଼ ବଡ଼ କଥା କହିବେ। ଆଉ ନିର୍ବାଚନ ସରିଗଲେ, ଏମାନଙ୍କ ଦେଖା ମିଳିବ ନାହିଁ। ସାେଢ ଚାରିେକାଟି ଓଡ଼ିଶାବାସୀ େମାର ପରିବାର। ସବୁବେେଳ ଆପଣଙ୍କ ପାଖରେ ଅଛି ଓ ରହିବି।’

ରାଜ୍ୟ ସରକାରଙ୍କ େଯାଜନା ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମର େଯାଜନା ସବୁ ବର୍ଗ ପାଇଁ ଅଛି। କାଳିଆ େଯାଜନାରେ ୪୦ଲକ୍ଷ ଚାଷୀ ଉପକୃତ େହାଇଛନ୍ତି। ଆଉ ୨୦ ଲକ୍ଷ ଚାଷୀଙ୍କର ତାଲିକା େହାଇଛି। ମାତ୍ର ଦୁଃଖର କଥା, ଚାଷୀଙ୍କ ହକକୁ କିଛି ବିେରାଧୀ ଦଳ ବିେରାଧ କରୁଛନ୍ତି। ଏହି ଚାଷୀଭାଇମାେନ ନିର୍ବାଚନରେ ସେମାନଙ୍କୁ ଉଚିତ ଜବାବ େଦବେ।’ କାଳିଆ େଯାଜନା ତାଲିକାରେ ଥିବା ସବୁ େଯାଗ୍ୟ ଚାଷୀ ଲାଭ ପାଇବେ ଓ ଜଣେ ବି େଯାଗ୍ୟ ଚାଷୀ ବଞ୍ଚିତ େହବେ ନାହିଁ େବାଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି େଦଇଥିଲେ। ଏଥିସହିତ ଉଭୟ ବିଧାନସଭା ଓ େଲାକସଭା ପାଇଁ େଭାଟ ମାଗିଥିଲେ।

ବକ୍ତବ୍ୟ ପ୍ରାରମ୍ଭରେ ସମସ୍ତଙ୍କୁ ନମସ୍କାର ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଆପଣଙ୍କ ପାଖକୁ ଆସିଛି, ଆପଣମାନେ ଖୁସି ତ’, ମୁ ବହୁତ ଖୁସି।

କନିଷି ନିର୍ବାଚନୀ ସଭା ପରେ ମୁଖ୍ୟମନ୍ତ୍ରୀ ଗୋପାଳପୁର ନିର୍ବାଚନମଣ୍ତଳୀର ବିଜେଡି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବ˚ ବ୍ରହ୍ମପୁର ଲୋକସଭା ଆସନର ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କ ପାଇଁ ପ୍ରଚାର କରିଥିଲେ। କନିଷି ନିର୍ବାଚନୀ ସଭା ସାରି ଅପରାହ୍ନ ୪ଟା ୪୫ରେ ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ପ୍ରଚାର ବସ୍‌ରେ ବ୍ରହ୍ମପୁର ସହରର ମୁଖ୍ୟରାସ୍ତା ଦେଇ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପାଇଁ ପ୍ରଚାର କରିଥିଲେ। ଏଠାରୁ ଛତ୍ରପୁର ଓ ରମ୍ଭା ପର୍ଯ୍ୟନ୍ତ ୬୦ କିମି ରୋଡ୍‌ ସୋ’ରେ ବାହାରିଥିଲେ। ଛତ୍ରପୁର ନିର୍ବାଚନମଣ୍ତଳୀର ବିଜେଡି ପ୍ରାର୍ଥୀ ସୁବାସ ବେହେରାଙ୍କ ପାଇଁ ମଧ୍ୟ ନବୀନ ପ୍ରଚାର କରିଥିଲେ।

ସମ୍ବନ୍ଧିତ ଖବର