ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ, ଶ୍ରୀମନ୍ଦିର କ୍ଷୟକ୍ଷତି ନେଇ କଲେ ସମୀକ୍ଷା

ପୁରୀ: ଶ୍ରୀଜିଉଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦର୍ଶନ କରିଛନ୍ତି। ବାତ୍ୟା ଜନିତ ଶ୍ରୀମନ୍ଦିର କ୍ଷତି ସଂପର୍କରେ ସମୀକ୍ଷା କରିବା ପୂର୍ବରୁ ନବୀନ ଆଜି ଅପରାହ୍ଣ ୪ଟା ୩୦ରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଦର୍ଶନ ପରେ ନବୀନ ଶ୍ରୀମନ୍ଦିର ପରିସର ବୁଲି ଦେଖିଛନ୍ତି। ନବୀନ କ୍ଷତିଗ୍ରସ୍ତ ଜୟବିଜୟ ଦ୍ୱାର ବୁଲି ଦେଖିଛନ୍ତି। ବାତ୍ୟାରେ କେତେ ପରିମାଣରେ କ୍ଷୟକ୍ଷତି ଘଟିଛି ସେ ନେଇ ନବୀନ ସମୀକ୍ଷା କରିଛନ୍ତି।

ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ଶ୍ରମନ୍ଦିର ବେଢ଼ା ଓ କ୍ଷତିଗ୍ରସ୍ତ ଜୟବିଜୟ ଦ୍ୱାର ବୁଲି ଦେଖିଛନ୍ତି। ବାତ୍ୟା ଯୋଗୁଁ ଶ୍ରୀମନ୍ଦିରରେ ହୋଇଥିବା କ୍ଷତି ନେଇ ସମୀକ୍ଷା କରିଛନ୍ତି। ମନ୍ଦିରରୁ ବାହାରିବା ପୂର୍ବରୁ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ପ୍ରତିକ୍ରିୟାରେ ନବୀନ କହିଛନ୍ତି, ଶ୍ରୀମନ୍ଦିର ସ୍ଥିତି ଦେଖିବାକୁ ଆସିିଥିଲି। କ୍ଷୟକ୍ଷତି ନେଇ ଏଏସ୍‌ଆଇ ଅଧିକାରୀଙ୍କ ସହ ଆଲୋଚନା କରିଛି। ଆଗାମୀ ଜୁନ୍‌ ୧୭ ସୁଦ୍ଧା ଶ୍ରୀମନ୍ଦିର ମରାମତି କାର୍ଯ୍ୟ ସାରିବାକୁ ଗୁରୁତ୍ୱ ଦିଆଯାଇଛି ବୋଲି ନବୀନ କହିଛନ୍ତି। ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ବାତ୍ୟାରେ ଭାଙ୍ଗି ଯାଇଥିବା ଜୟ ବିଜୟ ମୂର୍ତ୍ତି ପୁନଃନିର୍ମାଣ ହେବ। ଭାଙ୍ଗି ଯାଇଥିବା ୨ଟି ସିଂହମୂର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଛି। ଗୁଣ୍ଡିଚା ମନ୍ଦିରର କ୍ଷୟକ୍ଷତି ନେଇ ମଧ୍ୟ ଆଲୋଚନା ହୋଇଛି। ସମସ୍ତ କାମ ଜୁନ ୧୭ ସୁଦ୍ଧା ସାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର