ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନରେ ବିଜୟୀ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ କରି ନବୀନ ଲେଖିଛନ୍ତି, ପାଟକୁରାରେ ବିଜେଡିକୁ ବିପୁଳ ଜନମତ ମିଳିଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଆପଣମାନଙ୍କ ଭଲପାଇବା ଓ ସହଯୋଗ ସର୍ବଦା ଗୁରୁତ୍ୱ ବହନ କରେ। ବିଜୟୀ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ ଓ ଦଳୀୟ କର୍ମୀଙ୍କୁ ମୋର ଶୁଭେଚ୍ଛା ବୋଲି ନବୀନ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପାଟକୁରାରେ @bjd_odisha କୁ ବିପୁଳ ଜନମତ ଦେଇ ବିଜୟୀ କରିଥିବାରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ। ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଆପଣମାନଙ୍କ ଭଲପାଇବା ଓ ସହଯୋଗ ସର୍ବଦା ଗୁରୁତ୍ଵ ବହନ କରେ। ବିଜୟୀ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଓ ଦଳୀୟ କର୍ମୀଙ୍କୁ ମୋର ଶୁଭେଚ୍ଛା। #DhanyabadPatkura pic.twitter.com/MC8u0GLJ07
— Naveen Patnaik (@Naveen_Odisha) July 24, 2019
ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାଜିତ କରିଛନ୍ତି। ସମସ୍ତ ୧୮ ରାଉଣ୍ଡ ଗଣତି ସୁଦ୍ଧା ସାବିତ୍ରୀ ଅଗ୍ରୱାଲ୍ ୧୭,୬୫୫ରେ ଆଗୁଆ ରହିଛନ୍ତି। ବର୍ତମାନ ନିର୍ବାଚନ କମିସନଙ୍କ ଔପଚାରିକ ଘେଷଣା ବାକି ରହିଛି। ୧୮ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍ ୯୫,୧୬୨ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୭, ୫୦୭ ଭୋଟ୍ ମିଳିଛି।
ସାବିତ୍ରୀ ଅଗ୍ରୱାଲ ବିଜୟ ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଜିତିବାର ଶ୍ରେୟ ପାଟକୁରାବାସୀଙ୍କୁ ଦେଇଛନ୍ତି। ଏଥିସହିତ ସାବିତ୍ରୀ କହିଛନ୍ତି କି, ଦଳର ସୁପ୍ରିମୋ ମୋ ଉପରେ ଯେଉଁ ଆସ୍ଥା ଆଉ ଭରସା ରଖି ଟିକେଟ୍ ଦେଇଥିଲେ ସେହି ଭରସା ଆଉ ବିଶ୍ୱାସକୁ ମୁଁ ଅତୁଟ ରଖିବାକୁ ଚେଷ୍ଟା କରିଛି। ପାଟକୁରାରେ ନିଶ୍ଚୟ ଜିତିବି ବୋଲି ମୋର ପୂରା ଭରସା ଥିଲା। ପାଟକୁରାରେ କୌଣସି ସ୍ୱାଭିମାନ କି ସମ୍ମାନର ଜିତ ହୋଇନି ବରଂ ଏଠି କର୍ମର ବିଜୟ ହୋଇଛି ।