ଜଳେଶ୍ୱର-ଦୀଘା ରେଳ ଲାଇନ୍‌ର ନିର୍ମାଣ ନେଇ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ରେଳପଥର ଜଳେଶ୍ୱରରୁ ଦୀଘା ପର୍ଯ୍ୟନ୍ତ ଥିବା ରେଳ ଲାଇନ୍‌ ନିର୍ମାଣ କରିବା ପାଇଁ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି । ୨୦୧୧-୧୨ରେ ଦୀଘା-ଜଳେଶ୍ୱର ବ୍ରଡ୍‌ ଗଜ୍‌ ରେଲ ପ୍ରୋଜେକ୍ଟ(୪୧କିଲୋମିଟର)କୁ ରେଳ ମନ୍ତ୍ରାଳୟ ଦ୍ୱାରା ଅନୁମୋଦନ କରାଯାଇଥିଲା । ଏହି ପ୍ରୋଜେକ୍ଟର ୭ କିଲୋମିଟର ରାସ୍ତା ପଶ୍ଚିମବଙ୍ଗ ଦେଇ ଯାଇଥିବା ବେଳେ ବାକି ୩୪କିଲୋମିଟରର ରାସ୍ତା ଓଡ଼ିଶାର ବାଲେଶ୍ୱର ଦେଇ ଯାଇଛି । ପ୍ରୋଜେକ୍ଟକୁ ୭ବର୍ଷ ହୋଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦୀଘା-ଜଳେଶ୍ୱର ବ୍ରଡଗଜ୍‌ ରେଳ ଲାଇନ ନିର୍ମାଣ ହୋଇ ପାରି ନାହିଁ ।

ପଶ୍ଚିମବଙ୍ଗରେ ଭୂମି ଅଧିଗ୍ରହଣ କରାଯାଇ ପାରି ନ ଥିବାରୁ ଏହି କାମ ଅଟକି ରହିିଥିବା ଜଣାପଡ଼ିଛି । ଦୀର୍ଘ ୭ ବର୍ଷ ଧରି ପ୍ରକଳ୍ପ କାର୍ଯ୍ୟ ଅଟକି ରହିଥିବାରୁ ଶ୍ରୀଯୁକ୍ତ ପଟ୍ଟନାୟକ ପିୟୁଷ ଗୋୟଲଙ୍କୁ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଲାଗି ଅନୁରୋଧ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଉତ୍ତର ଓଡ଼ିଶାବାସୀ ଉପକୃତ ହେବେ।

ସମ୍ବନ୍ଧିତ ଖବର