ମହାନଦୀ ପାଇଁ କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ପାଇଁ ବିଜେଡିର ମହାସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି, କେନ୍ଦ୍ରର ବିଜେପି ସରକାର ଓଡିଶାକୁ ପାଣି ଛାଡିବା ବନ୍ଦ କରିଛନ୍ତି । ଛତିଶଗଡ ପାଣି ଛାଡୁ ନଥିବାରୁ ମହାନଦୀ ଶୁଖିଲା ପଡିଛି। ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବସିଥିବା ବୈଠକରେ ମହାନଦୀ ପ୍ରଭାବିତ ୧୫ଟି ଜିଲ୍ଲାର ସମସ୍ତ ଲୋକପ୍ରତିନିଧି ସାମିଲ ହୋଇଥିଲେ।

ମହାନଦୀ ଉପର ମୁଣ୍ଡରେ ଛତିଶଗଡ ବନ୍ଧ ବାନ୍ଧିବା ଫଳରେ ଏସବୁ ଜିଲ୍ଲାରେ ଜଳ ଶ୍ରୋତ କମିବା ଦ୍ୱାରା କି ପ୍ରଭାବ ପଡିବ ତାକୁ ନେଇ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ଏହି ଅବସରରେ ମହାନଦୀ ମହାସଂଗ୍ରାମ ପୁସ୍ତକକୁ ଉନ୍ମୋଚନ କରିଥିଲେ ନବୀନ ପଟ୍ଟନାୟକ । ଗାଁ ଗାଁରେ ଏହି ପୁସ୍ତିକା ପହଞ୍ଚାଇ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।

ମହାନଦୀ ମହାସମ୍ମିଳନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ମହାନଦୀ ପ୍ରସଙ୍ଗକୁ ନେଇ ସେ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି ଏବଂ କହିଛନ୍ତି ମାଟି ଅପେକ୍ଷା ପାର୍ଟିକୁ ରାଜନେତା ଗୁରୁତ୍ୱଦେବା ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର