ପୁରୀ: ଆଜି ପୁରୀ ଠାରେ ବିଜେଡି ତାର ୨୦ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏତଦ୍ବ୍ୟତୀତ ପ୍ରଥମ ଥର ପାଇଁ ପୁରୀ ସର୍କିଟ ହାଉସ୍ରେ କ୍ୟାାବିନେଟ୍ ବୈଠକ ବସିବ। ଦିନ ୧୧ଟାରେ ହେବାକୁ ଥିବା କ୍ୟାବିନେଟ୍ ବୈଠକ ଓ ପରେ ପରେ ବିଜେଡିର ପ୍ରତିଷ୍ଠା ଦିବରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏଥିପାଇଁ ଶ୍ରୀ ପଟ୍ଟନାୟକ ଆଜି ସକାଳେ ପୁରୀରେ ପହଞ୍ଚିଛନ୍ତି। ପୁରୀରେ ପହଞ୍ଚିବା ପରେ ଶ୍ରୀ ପଟ୍ଟନାୟକ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉମାନଙ୍କ ଦର୍ଶନ କରିଛନ୍ତି। ସେଠାରୁ ସେ ସ୍ୱର୍ଗଦ୍ୱାର ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧିରେ ପୁଷ୍ପାମଲ୍ୟ ଅର୍ପଣ କରି କ୍ୟାବିନେଟ୍ ବୈଠକରେ ଯୋଗ ଦେବା ପାଇଁ ସର୍କିଟ ହାଉସ ଯିବାର କାର୍ଯ୍ୟକ୍ରମ ରହିଛି।