ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ପ୍ରାର୍ଥୀ ହେବେ ନାହିଁ ସୁବାସ ଚୌହାନ

ବରଗଡ଼: ବରଗଡ଼ରୁ ସୁରେଶ ପୂଜାରୀ ଭାଜପା ପ୍ରାର୍ଥୀ ହେବାପରେ ଗତଥର ବିଜେପି ଟିକେଟରେ ବରଗଡ଼ରୁ ଲୋକସଭା ନିର୍ବାଚନ ଲଢ଼ିଥିବା ସୁବାସ ଚୌହାନଙ୍କୁ ଦଳ ବିଧାନସଭା ନିର୍ବାଚନ ଲଢ଼ିବାଲାଗି କୁହାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ତାଙ୍କୁ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବାର ପ୍ରସ୍ତାବ ଦେଇଥିଲା ଭାଜପା। କିନ୍ତୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁବାସ ଚୌହାନ ।

 

ଏଠାରେ ସୂଚନାଯୋଗ୍ୟ ଯେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେଉଥିବା ଜାଣିବାପରେ ସେ ଏଥିରୁ ଓହରି ଯାଇଥିବା ଚର୍ଚ୍ଚା ହେଉଛି।ସୁବାସ ଚୌହାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି।

ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା କାରଣରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଜଣେ ବିତ୍ତଶାଳୀ, ଶକ୍ତିଶାଳୀ ଲୋକ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲି ବୋଲି କହିଛନ୍ତି ସୁବାସ ଚୌହାନ । ତେବେ ସେ କୌଣସି ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି। ତାଙ୍କୁ ଦଳ ରାଜ୍ୟ ଉପସଭାପତି ଭାବେ ନୂତନ ଦାୟିତ୍ୱ ଦେଇଛି।

ସମ୍ବନ୍ଧିତ ଖବର