ବାଟ ଓଗାଳିଛି କୋଇଲା ବ୍ଲକ୍‌, ଶୀତଳଭଣ୍ଡାରରେ ଓଡ଼ିଶାର ନିଜସ୍ୱ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ!

ସାନି କୋଇଲା ବ୍ଲକ ଆବେଦନ ପାଇଁ ସରକାରୀ ପ୍ରସ୍ତୁତି, ବୈତରଣୀ େଵଷ୍ଟ ଉପରେ ଓଡ଼ିଶା ସରକାରଙ୍କ ଆଖି, ଜମି ଅଧିଗ୍ରହଣ ସରିଛି, ବ୍ଲକ ନ ମିଳିଲେ ପ୍ଲାଣ୍ଟ ହେବନି

ଭୁବନେଶ୍ବର : କୋଇଲା ବ୍ଲକ ଅଭାବ କାରଣରୁ କେତେବେଳେ ଓପିଜିସି ୟୁନିଟ୍ ବନ୍ଦ ହେଲାଣି ତ ଆଉ କେତେବେଳେ ନବରତ୍ନ କଂପାନି ନାଲ୍‌କୋ ପ୍ରଭାବିତ ହେଉଛି। ରାଜ୍ୟରେ ପ୍ଲାଣ୍ଟ ସ୍ଥାପନ କରିଥିବା ଘରୋଇ ବିଦ୍ୟୁତ କଂପାନି ମଧ୍ୟ କୋଇଲା ପାଇଁ ଚାପରେ ଅଛନ୍ତି। ହେଲେ ପାଖାପାଖି ୭୭ ହଜାର ୨୮୫ ନିୟୁତ ଟନ୍ କୋଇଲା ଗଚ୍ଛିତ ଅଛି ବୋଲି କୁହାଯାଉଥିବା ରାଜ୍ୟକୁ କୋଇଲା ବ୍ଲକ ମିଳିପାରୁନି ବୋଲି ନିଜସ୍ୱ ବିଦ୍ୟୁତ ପ୍ଲାଣ୍ଟ ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରୁନି। ଏକଥା ଅବିଶ୍ବାସ ଲାଗିଲେ ବି ସତ।

ଇତିମଧ୍ୟରେ ପାଖାପାଖି ୧୨ ବର୍ଷ ବିତିଗଲାଣି। ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ତାଲିକାରେ ଅଧ ଡଜନେ େନତାଙ୍କ ନାଁ ଚଢିସାରିଲେଣି। ସେତିକି ସଚିବ ବି ଗଲେଣି। ହେଲେ ଓଡ଼ିଶା ତାପଜ ବିଦ୍ୟୁତ ନିଗମ ଦ୍ବାରା ପ୍ରସ୍ତାବିତ ୨୪୦୦ େମଗାଵାଟ ବିଶିଷ୍ଟ ପ୍ରକଳ୍ପର ଭାଗ୍ୟ ଫିଟିପାରୁନାହିଁ। େକନ୍ଦ୍ର ସରକାର ନିଜ ଆଡୁ ରାଜ୍ୟ ସରକାର ବିଭିନ୍ନ ସମୟରେ ଦେଇଥିବା କୋଇଲା ବ୍ଲକ ଆବଣ୍ଟନ ପ୍ରସ୍ତାବ ଉପରେ ଏଯାଏ ଦରଦ ଦେଖାଇ ନାହାନ୍ତି। ଇତିମଧ୍ୟରେ କେନ୍ଦ୍ର-ରାଜ୍ୟ ସଂପର୍କରେ ସୁଧାର ଆସିଥିଲେ ବି ଓଡ଼ିଶା େକନ୍ଦ୍ର ଉପରେ ଚାପ ସୃଷ୍ଟି କରି ଆଖେଇଥିବା କୋଇଲା ବ୍ଲକ ହାସଲ କରିବାରେ ସମର୍ଥ େହାଇପାରିନାହିଁ। ଫଳରେ ୧୮୦୦୦ େକାଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଏହି ପ୍ରକଳ୍ପର ଭାଗ୍ୟ ଶୀତଳଭଣ୍ଡାରକୁ େଠଲି େହାଇଯିବା ସ୍ଥିତିକୁ ଚାଲିଆସିଛି।

ରାଜ୍ୟ ସରକାର ପ୍ରତି ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ େଯାଗାଣ ପାଇଁ ବାରମ୍ବାର େଘାଷଣା କରିଛନ୍ତି। ସୁଲଭ ଦରରେ ବିଦ୍ୟୁତ େଯାଗାଣ କରାଯିବ େବାଲି ଏକାଧିକବାର ମନ୍ତ୍ରୀମାନେ ବିଧାନସଭାରେ କହିଛନ୍ତି। ଏହି କ୍ରମରେ ୨୦୦୬ ମସିହାରେ ଜୁନ ମାସରେ ସରକାର ନିଜସ୍ବ ନୂଆ ତାପଜ ବିଦ୍ୟୁତ େକନ୍ଦ୍ର ପାଇଁ ସ୍ବପ୍ନ ଦେଖାଇଥିଲେ। ୨୦୦୭ ମସିହା ଜାନୁଆରି ୨୯ ତାରିଖରେ ଓଡ଼ିଶା ଖଣି ନିଗମ ଓ ଓଡ଼ିଶା ଜଳ ବିଦ୍ୟୁତ ନିଗମର ନିର୍ଦେଶକମଣ୍ଡଳୀ ସହମତ େହାଇଥିଲେ େଯ ଓଡ଼ିଶା ତାପଜ ବିଦ୍ୟୁତ ନିଗମ ଲିମିଟେଡ୍ (ଉଭୟଙ୍କ ଅଂଶଧନ ୫୦:୫୦ ପ୍ରତିଶତ) ଗଠନ କରାଯିବ। ୨୦୦୯ େବଳକୁ ଏହା ବାସ୍ତବ ରୂପ େନଇଥିଲା।

ପରବର୍ତୀ ସମୟରେ ରାଜ୍ୟ ସରକାର େଘାଷଣା କରିଥିଲେ ଯେ ଅନୁଗୁଳର େରଙ୍ଗାଳିରେ ୨୦୦୦ େମଗାଵାଟ ବିଶିଷ୍ଟ ତାପଜ ବିଦ୍ୟୁତ ଉତ୍ପାଦନ କଂପାନି ପ୍ରତିଷ୍ଠା କରାଯିବ। କିନ୍ତୁ ପରବର୍ତୀ ସମୟରେ ଏହି ନିଷ୍ପତ୍ତି ବଦଳିଥିଲା। ସରକାର ଅନୁଗୁଳ ପରିବର୍ତେ େଢଙ୍କାନାଳର କାମାକ୍ଷାନଗର ତହସିଲରେ ତିନିଟି ପର୍ଯ୍ୟାୟରେ (ପ୍ରତି ପର୍ଯ୍ୟାୟରେ ୮୦୦ େମଗାଵାଟ୍) ୨୪୦୦ େମଗାଵାଟ ବିଶିଷ୍ଟ ଏହି ପ୍ରକଳ୍ପ କରିେବ େବାଲି କହିଲେ। ୧୭୬୭ ଏକର ୯୦ ଡେସିମିଲ ଜମି ଚିହ୍ନଟ ହେଲା। ଯେଉଁଥିରେ ୧୦୭୪.୯୫ ଏକର ଘରୋଇ, ୬୮୪.୨୫ଏକର ସରକାରୀ ଏବଂ ୮.୭ଏକର ଜମି ଜଙ୍ଗଲ ବିଭାଗର ଥିଲା। ରାଜ୍ୟ ସରକାର ଛେଣ୍ଡିପଦା ଓ ଛେଣ୍ଡିପଦା-୨ େକାଲ୍ ବ୍ଲକ ଏହି ଯୌଥ ଉେଦ୍ୟାଗକୁ ଦେବା ଲାଗି େକନ୍ଦ୍ର ସରକାରଙ୍କୁ ଆବେଦନ କରିଥିଲେ। କିନ୍ତୁ ପ୍ରକଳ୍ପଟି ଝୁଣ୍ଟିଲା େଯତେବେଳେ େକନ୍ଦ୍ର ସରକାର ଦର୍ଶାଇଲେ େଯ ଉଭୟ େକାଲ୍ ବ୍ଲକ ନିଲାମି ପାଇଁ ରଖାଯାଇଛି। ଏଥିସହିତ ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ତେନ୍ତୁଳୋଇ କୋଇଲା ବ୍ଲକ ଆବଣ୍ଟନ କରାଯାଇଥିଲା। ରାଜ୍ୟ ସରକାର କିନ୍ତୁ ଏହି କୋଇଲା ବ୍ଲକ ଉପରେ ଆପତ୍ତି ଜଣାଇଥିଲେ। କୁହାଯାଇଥିଲା ଯେ ଆବଣ୍ଟିତ େକାଇଲା ବ୍ଲକରୁ ଉତ୍ତୋଳନ ସହଜ ସାଧ୍ୟ ନୁହେଁ। ୯୦୦ ମିଟର ତଳେ କୋଇଲା ଉପଲବ୍ଧ ରହିଛି, େଯଉଁଥିରୁ ବାର୍ଷିକ ମାତ୍ର ୨ନିୟୁତ ଟନ୍ ଉତ୍ପାଦନ େହାଇପାରିବ। ପ୍ରସ୍ତାବିତ ପ୍ରକଳ୍ପ ଲାଗି ବାର୍ଷିକ ୧୬ନିୟୁତ ଟନ୍ େକାଇଲାର ଆବଶ୍ୟକତା ରହିଛି। େକାଇଲା ଅଭାବ ତ ଦେଖାଦେବ, କିନ୍ତୁ ଉତ୍ତୋଳନ ବ୍ୟୟ ସାପେକ୍ଷ େହାଇଥିବା କାରଣରୁ ଏହି ବ୍ଲକରୁ େକାଇଲା ଆଣି ଉତ୍ପାଦନ କଲେ, ସୁଲଭ ମୂଲ୍ୟରେ ବିଦ୍ୟୁତ େଯାଗାଣ ସମ୍ଭବ ହେବ ନାହିଁ। ରାଜ୍ୟ ସରକାର ଏହି କୋଇଲା ବ୍ଲକକୁ ଗ୍ରହଣ କରିନଥିଲେ ଓ ଏହା ପରିବର୍ତେ ବୈତରଣୀ େଵଷ୍ଟ ଓ କାର୍ଡାବାହାଲ କୋଇଲା ବ୍ଲକ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ଗତ ବର୍ଷମାନଙ୍କରେ ରାଜ୍ୟ ସରକାର ବାରମ୍ବାର ଚିଠି ଲେଖିବା ପରେ ବି େକନ୍ଦ୍ର ନିରାଶ କରିଛି।

ଅନ୍ୟପକ୍ଷରେ ଏହି ପ୍ରକଳ୍ପ ସହ ଜଡିତ ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆପାତତଃ େଶଷ ପର୍ଯ୍ୟାୟରେ ପହଞ୍ଚିଛି। ପାଚେରି କାମ ଆରମ୍ଭ ହେଲାଣି। ବିସ୍ଥାପିତଙ୍କ ପାଇଁ କଲୋନୀ ବି। କିନ୍ତୁ େକାଲ୍ ବ୍ଲକ ଆବଣ୍ଟନ େହାଇନଥିବା କାରଣରୁ ପ୍ଲାଣ୍ଟ ସ୍ଥାପନ ପ୍ରକ୍ରିୟା ବି ଅଟକିଛି। ସ୍ଥିର କରାଯାଇଥିଲା ଯେ ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ େଶଷ ହେବ। େକାଇଲା ନ ମିଳିଲେ, ପ୍ଲାଣ୍ଟ କାହା ପାଇଁ ହେବ?

ଅନ୍ୟପକ୍ଷରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାର ଦୀର୍ଘ ଦିନ ଧରି ନିରବ ରହିବା ପରେ ଏବେ ପୁଣି ଥରେ ଏହି ପ୍ରକଳ୍ପ ପାଇଁ କୋଇଲା ବ୍ଲକ ଲାଗି ଆବେଦନ କରିବାକୁ ମନସ୍ଥ କରିଛନ୍ତି। େକନ୍ଦ୍ର ସରକାର ବାରମ୍ବାର ନିରାଶ କରିବା ସତ୍ତ୍ବେ ପୁଣି ଥରେ ସେହି ବୈତରଣୀ େଵଷ୍ଟ କୋଲ୍ ବ୍ଲକ ଏହି ପ୍ରକଳ୍ପ ସପକ୍ଷରେ ଆବଣ୍ଟନ କରିବା ଲାଗି େକନ୍ଦ୍ରକୁ ଆବେଦନ କରିବାକୁ ସରକାର ପ୍ରାର୍ଥନା କରିବେ। ଏ ସଂକ୍ରାନ୍ତରେ ତଳୁ ଯାଇଥିବା ଫାଇଲ ଏବେ ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ରହିଛି। କିନ୍ତୁ େକନ୍ଦ୍ର ସରକାର ଯଦି ଏହି କୋଲ୍ ବ୍ଲକ ଆବଣ୍ଟନ ନ କରନ୍ତି ଓ ପୂର୍ବସ୍ଥିତି ବଜାୟ ରହେ, ତେବେ ଏହି ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତାବରେ ହିଁ ରହିଯିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।

ସମ୍ବନ୍ଧିତ ଖବର