ଆଜି ବି ଓଡ଼ିଶାରେ ଶୀତର ପ୍ରକୋପ ଜାରି, ୧୦ ଡିଗ୍ରି ସେଲସିଅସ୍ ତଳେ ରାଜ୍ୟର ୮ଟି ସହରର ତାପମାତ୍ରା

ଭୁବନେଶ୍ବର: ଆଜି ବି ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ଘନ କୁହୁଡ଼ି ସହ ହାଡ଼ଭଙ୍ଗା ଶୀତ । ଆଜି ୧୦ ଡିଗ୍ରି ସେଲସିଅସ୍ ତଳେ ରାଜ୍ୟର ୮ଟି ସହରର ତାପମାତ୍ରା ରହିଛି । ଟିଟିଲାଗଡ଼ରେ ସର୍ବନିମ୍ନ ୭ ଡିଗ୍ରି ସେଲସିଅସ୍ ରହିଛି । ସେହିପୁର ସୋନପୁର ଓ ଅନୁଗୁଳରେ ତାପମାତ୍ରା ୭ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି । କୋରାପୁଟରେ ତାପମାତ୍ରା ୧୦ ଡିଗ୍ରି ସେଲସିଅସ୍ ରହିଥିବା ବେଳେ ଭୁବନେଶ୍ୱରରେ ସର୍ବନିମ୍ନ ତାମପାତ୍ରା ୧୦ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଛି ।

ତେବେ ଆସନ୍ତାକାଲିଠାରୁ ତାପମାତ୍ରା ୨ ରୁ ୪ ଡିଗ୍ରି ସେଲସିଅସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଆସନ୍ତାକାଲି ରାତିଠାରୁ ରାଜ୍ୟର ବିଭିନ୍ନ ସହରର ସର୍ବନିମ୍ନ ତାପମାତ୍ରା ଦେଢ଼ରୁ ୨ ଡିଗ୍ରି ସେଲସିଅସ୍ ପର୍ଯ୍ୟନ୍ତ ବଢ଼ିବ। ଏହାପରେ ୨ରୁ ୪ ଡିଗ୍ରି ସେଲସିଅସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିଭଳି ୧୪ ତାରିଖ ସକାଳେ ଅନୁଗୁଳ, ଦେବଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଶୀତ ପ୍ରକୋପ ଲାଗିରହିବ। ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପ କୁହୁଡ଼ି ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରି ସେଲସିଅସ୍ ତଳେ ରହିଥିଲା। ସୋନପୁର ଓ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି।


ତେବେ ଦକ୍ଷିଣ ପଶ୍ଚିମ ପବନ ପ୍ରଭାବରେ ଆଜି ରାତିଠାରୁ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ। ଜାନୁଆରି ୧୫ ତାରିଖରୁ ସକାଳେ କୁହୁଡ଼ି ଅନୁଭୂତ ହେବ। ୧୮ ତାରିଖ ବେଳକୁ ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର