ନଦୀକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

ଫୁଲବାଣୀ : ଫୁଲବାଣୀ ଟାଉନ ଥାନା ନାରାୟଣୀ ମନ୍ଦିର ପଛ ପିଲାସାଲୁଙ୍କି ନଦୀଘାଟକୁ ଡେଇଁ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ୍ୟୁବରଣ କରିଥିବା ଛାତ୍ରୀ ଜଣକ ଟିକାବାଲି ଥାନା ଅଂଚଳ ବୁର୍ବିନାଜୁ ଗ୍ରାମର ଟୁଡୁବାଲି ପଦାସାହିର ‌ଗୋ‌ରେଖ ନାୟକଙ୍କ ଝିଅ ସୁନନ୍ଦା ବୋଲି ଜଣାପଡିଛି। ସେ ଫୁଲବାଣୀ ମାଷ୍ଟରପଡାରେ ନିଜ ମାମୁଘରେ ରହି ଫୁଲବାଣୀ କଲେଜରେ ପଢୁଥିଲେ। ଆଜି ହଠାତ୍‌ ନଦୀକୁ ଡେଇଁ ପଡ଼ିଥିଲେ। ତାଙ୍କୁ କିଛି ଯୁବକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ,ମୃତ୍ୟୁର କାରଣ ଜଣାପଡ଼ିନି।

ସମ୍ବନ୍ଧିତ ଖବର